ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର

0

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର।ବ୍ରହ୍ମପୁରରେ ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ବେଳେ ଆକ୍ସନ୍ ମୋଡରେ ପୋଲିସ୍। ୯ ଦିନରେ ପୋଲିସ ୩ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ଏନକାଉଣ୍ଟର କରିଥିଲା ପୋଲିସ । କୀର୍ତ୍ତିପୁର ଠାରେ ଏନକାଉଣ୍ଟର କରିଥିଲା ପୋଲିସ । ଦିପୁନାନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ୍ । ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟିଠାରେ ମୁକେଶକୁ ପୋଲିସ ଗୋଡ଼ାଇ ଗୋଡାଇ ଏନକାଉଣ୍ଟର କରିଥିଲା । ଆଉ ଏବେ ଆଜି ଭୋରରୁ ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ପୋଲିସ୍ କରିଛି ଏନକାଉଣ୍ଟର ।

ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ପୋଲିସର ଏନକାଉଣ୍ଟର। ରବିବାର ରାତିରେ ଅମ୍ବିକା ନଗରରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ଅପରାଧୀମାନେ ଅତି ନିର୍ମମ ଭାବରେ ହାଣିଥିଲେ। ଏହାର ଭିଡିଓ ଭାଇରାଲ ହେବାର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତର ଦୁଇ ଆଣ୍ଠୁରେ ଗୁଳି ବାଜିଛି । ଅଭିଯୁକ୍ତ ଜଗା ଫେରାର ଥିଲା।

Leave A Reply

Your email address will not be published.