ବାଲେଶ୍ବର ଜିଲ୍ଲାରୁ ପୁଣି 5 କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡିଶା ରେ କ୍ରମାଗତ ବଢି ଚାଲିଛି ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଆଜି ପୁଣି 5 କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ରାଜ୍ୟ ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l ସମସ୍ତ ଆକ୍ରାନ୍ତ ବାଲେଶ୍ଵର ଜିଲ୍ଲାର ବୋଲି ଜଣା ପଡିଛି l ଗତକାଲି ସକାଳେ 7 କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ l ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ 5 ଏବଂ ବାଲେଶ୍ଵର ଜିଲ୍ଲାରୁ 2 ଜଣ ଚିହ୍ନଟ ହୋଇଥିଲେ l ସେହିପରି ଗତକାଲି ଅପରାହ୍ନରେ 6 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ସେମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ଏବଂ ଆଜି ସକାଳ ସୁଦ୍ଧା ବାଲେଶ୍ଵର ଜିଲ୍ଲାରୁ ଆଉ 5 ଜଣ ଚିହ୍ନଟ ହେବା ରାଜ୍ୟ ସରକାର ଙ୍କର ଚିନ୍ତା ବଢାଇ ଦେଇଛି l ସମ୍ପୃକ୍ତ କରୋନା ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 79 କୁ ବୃଦ୍ଧି ପାଇଛି l ଉକ୍ତ 79 ଆକ୍ରାନ୍ତ ଙ୍କ ମଧ୍ୟରୁ 53 ଜଣ ସକ୍ରୀୟ ଥିବା ବେଳେ 25 ଜଣ ସୁସ୍ଥ ହୋଇଛନ୍ତି l ଜଣ ଙ୍କର ମୃତ୍ୟୁ ଘଟିଛି l

Leave A Reply

Your email address will not be published.