ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ରେ ପହଁଞ୍ଚିଛି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l
ଶୁକ୍ରବାର ଗୋଟିଏ ଦିନରେ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବl ପରେ ରାଜ୍ୟ ସରକାରଙ୍କ ଚିନ୍ତାକୁ ଦୁଇଗୁଣିତ କରିଛି l ପ୍ରକାଶ ଥାଉକି ଭୁବନେଶ୍ବରର ଆକ୍ରାନ୍ତ ପ୍ରଦୀପ୍ତ ଦଳ ବେହେରାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କ ପତ୍ନୀ, ଝିଅ, ଏବଂ ଘରେ ରହୁଥିବା ଅନ୍ୟ ପାଞ୍ଚ ଜଣ l ସେହିପରି କଟକ, ଯାଜପୁର, ପୁରୀ ରୁ ଜଣେ ଲେଖାଏଁ, ଭଦ୍ରକରୁ ଦୁଇ ଜଣ ଏବଂ ଭୁବନେଶ୍ଵର ବମିଖାଲରୁ ତିନି ଜଣ ଚିହ୍ନଟ ହୋଇଛନ୍ତି l
ବର୍ତ୍ତମାନ୍ ଓଡ଼ିଶାରେ 20 ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l
15 COVID Positive cases confirmed today:
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of Bhadrak (total positive cases in the State 20)— H & FW Dept Odisha (@HFWOdisha) April 3, 2020