ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ- OJS ୨୦୨୧ ପରୀକ୍ଷା ଫଳ । ୫୦ଜଣ ପରୀକ୍ଷାର୍ଥୀ ସିଭିଲ୍ ଜଜ୍ ପାଇଁ ମନୋନୀତ ହୋଇଛନ୍ତି। ସମୁଦାୟ ୫୦ ଜଣ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୮ ଜଣ ମହିଳା ଅଛନ୍ତି । ମେଧା ତାଲିକାର ପ୍ରଥମ ତିନୋଟି ସ୍ଥାନରେ ଅଛନ୍ତି ମହିଳା । ଆଦ୍ୟାଶା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଚେତନା ପଟ୍ଟନାୟକ ଦ୍ୱିତୀୟ ସ୍ଥାନ ଏବଂ ଏ ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନରେ ଅଛନ୍ତି । ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି ।
ପ୍ରଥମ ୨୦ ଜଣ: ଆଦ୍ୟାଶା ମିଶ୍ର, ଚେତନା ପଟ୍ଟନାୟକ, ଏ ଗୀତାଞ୍ଜଳି ନାଇଡୁ, ବିଭୁ ପ୍ରସାଦ ନାୟକ, ସୁସ୍ମିତା ରଥ, ରାଜଲକ୍ଷ୍ମୀ ମହାନ୍ତି, ରାଜେଶ ମିଶ୍ର, ସୁସ୍ମିତା ମିଶ୍ର, ସୀତେଶ ମହାନ୍ତି, ବିନାୟକ ପ୍ରସାଦ ସାହୁ, ଶ୍ରୀପର୍ଣ୍ଣା ମହାପାତ୍ର, ଦୁର୍ଗା ପ୍ରସାଦ ପଣ୍ଡା, ଆର୍ଯ୍ୟ ଐଶର୍ଯ୍ୟା ଆଚାର୍ଯ୍ୟ, ଅନୁଶ୍ରୀ ଜେନା, ସମୀକ୍ଷା ସା, ଅନ୍ୱେଷା ଦାସ, ଇପସିତା ଭୋଇ, ସ୍ମିତିପ୍ରଜ୍ଞା ଅମୃତ ତନୟା, ସୁପ୍ରସି ସୋନାଲି ମହାପାତ୍ର, ଅନିମେଶ ଜେନା ।
କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ସିଭିଲ୍ ଜଜ୍ ଭାବେ ନିଯୁକ୍ତି ପାଇବେ ।