ଶ୍ରୀଲଙ୍କାରେ ମୃତ୍ୟୁ ବରଣ କରିଥିଲେ ପୁରୀ କୁମ୍ଭାରପଡ଼ା ଗ୍ରାମର କମଳାକାନ୍ତ ସ୍ଵାଇଁ, ଓଡ଼ିଶା ମୋ ପରିବାର ସଦସ୍ୟ ଫେରାଇ ଆଣିଲ ଓଡ଼ିଶାକୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ଜିଲ୍ଲା ମଙ୍ଗଳପୁର ପଞ୍ଚାୟତର କୁମ୍ଭାରପଡ଼ା ଗ୍ରାମର କମଳାକାନ୍ତ ସ୍ଵାଇଁ ଶ୍ରୀଲଙ୍କାରେ ମୃତ୍ୟୁ ବରଣ କରିଥିଲେ,ବାହାର ଦେଶରେ ମୃତ୍ୟୁ ହେଇ ଥିବାରୁ ଯୁବକଙ୍କ ମୃତ ଶରୀର ନିଜ ଜନ୍ମ ସ୍ଥାନକୁ ଫେରି ପାରୁ ନ ଥିଲା l ଶେଷ ମୁହୂର୍ତ୍ତରେ ଏକମାତ୍ର ପୁଅର ମୁହଁ ଟିକେ ଦେଖିବାକୁ ପରିବାର ସଦସ୍ୟ ବ୍ୟାକୁଳ ହେଉଥିଲେ l କିନ୍ତୁ ଆର୍ଥିକ ଚାପରେ ଥିବାରୁ ମୃତଦେହ କିପରି ଘରକୁ ଫେରାଇ ଆଣିବେ ସେମାନେ ଉପାୟ ଶୂନ୍ୟ ଥିଲେ l ଅସହାୟ ହେଇ ପରିବାର ଲୋକେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଓଡିଶା ମୋ ପରିବାର ସହ ଆବାହକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ ମୃତ ଦେହ ଫେରେଇ ଆଣିବାକୁ ଅନୁରୋଧ କରିଥିଲେ l
ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ତତ୍ଵାବଧାନରେ ଓଡିଶା ମୋ ପରିବାର ତୁରନ୍ତ ପଦକ୍ଷେପ ନେଇଥିଲା l ଆଜି ବିମାନ ଯୋଗେ ମୃତ ଶରୀର ଓଡ଼ିଶାରେ ପହଁଞ୍ଚିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ସୁରେନ୍ଦ୍ରନାଥ ମହାପାତ୍ର ଓଡ଼ିଶା ମୋ ପରିବାର ଟିମ୍ ଭୁବନେଶ୍ବର ବିମାନବନ୍ଦର ଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରିବା ସହିତ ଗ୍ରାମକୁ ପଠାଇବା ପାଇଁ ସମସ୍ତ ସଂଯୋଜନା କରିଥିଲେ l ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଥିବାରୁ ପରିବାରବର୍ଗ  ମୁଖ୍ୟମନ୍ତ୍ରୀ ଓ ଓଡିଶା ମୋ ପରିବାର ଏବଂ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.