ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍‌ କରିଛି ଇଣ୍ଡେକ୍ସ । ୬ ଟିସହରରେ AIR QUALITY INDEX ବା AQI ୩ ଶହ ପାର କରିଛି। ସେଥିମଧ୍ୟରୁ ବାଲେଶ୍ୱରରର AQI ୩୩୪ ରହିଛି | ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି। ସେହିପରି ଅନୁଗୋଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି।

ଗତ ସପ୍ତାହରେ ତାଳଚେର, ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ସହରକୁ ଟପିଯାଇଥିଲା। ଏବେ ବାଲେଶ୍ବର ଅବସ୍ଥା ତଦ୍ରୂପ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିବିସିବି) ତଥ୍ୟ ଅନୁଯାୟୀ, ବାଲେଶ୍ବର ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି, ଯାହାକି ଦିଲ୍ଲୀଠାରୁ ଅଧିକ। ଅପରାହ୍ଣ ୪ଟା ସୁଦ୍ଧ‌ା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି। ଯେତେବେଳେ କି ବାଲେଶ୍ବରର ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୩୪ରେ ପହଞ୍ଚିଛି। କେବଳ ଆଜି ନୁହେଁ। ବିଗତ ସପ୍ତାହେ ହେଲା ବାଲେଶ୍ବର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି। ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି।

ବାଲେଶ୍ବର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୧୬ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରେକର୍ଡ ହୋଇଛି। ପର୍ବପର୍ବାଣି କିମ୍ବା ବାଣ ଫୁଟା ନ ଥିଲେ ମଧ୍ୟ ଭୁବନେଶ୍ବର ଓ କଟକ ସ୍ଥିତି ଅତି ସାଂଘାତିକ ସ୍ତର ଆଡ଼କୁ ଯାଉଛି। ଭୁବନେଶ୍ବରର ବାୟୁ ଆଜି ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଏଠାରେ ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୧୧ ରେକର୍ଡ ହୋଇଛି। ଦିନ କେଇଟା ସାଂଘାତିକ ସ୍ତରରେ ରହିଥିବା  କଟକ ସହରର ବାୟୁ ପୁଣି ଥରେ ଅତି ସାଂଘାତିକ ସ୍ତର ତଥା ୩୨୦ ରେକର୍ଡ କରାଯାଇଛି। ତେବେ ଏହାରି ଭିତରେ ଆଶ୍ବସ୍ତିକର କଥା ହେଉଛି ଯେ ଅନୁଗୁଳ ଓ ତାଳଚେରର ବାୟୁରେ ସାମାନ୍ୟ ସୁଧାର ଆସିଛି। ଆଜିର ଦିନରେ ଅନୁଗୁଳର ପିଏମ୍‌-୨.୫ ମାତ୍ରା ୩୦୦ ଓ ତାଳଚେରରେ ୨୫୧ ରହିଛି।

Leave A Reply

Your email address will not be published.