ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ମର୍ମନ୍ତୁଦ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୌରପଡ଼ା ନିକଟରେ ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତକ ୩ ଜଣ ବାଇକରେ ଯାଉଥିବା ବେଳେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି । ସୂଚାନ ଅନୁସାରେ,  ଝାରସୁଗୁଡ଼ା ଜାତୀୟ ରାଜପଥ-୪୯ ନମ୍ବର ବେଲପାହାଡ଼ ଗଉରପଡ଼ା ନିକଟରେ ଏକ ମୋଟର ସାଇକେଲ୍‌କୁ ଧକ୍କା ଦେଇଥିଲା ଅଜଣା ଗାଡି ।ଯାହାଫଳରେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଦୁର୍ଘଟଣା ନେଇ ତୁରନ୍ତ ବେଲପାହାଡ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ମୃତଦେହକୁ ଜବତ କରି ନିକଟସ୍ଥ ମେଡିକାଲକୁ ପଠାଇଛି ।

Leave A Reply

Your email address will not be published.