ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ | ଶୀତର ପ୍ରକୋପ କାରଣରୁ ସକାଳ ସମୟରେ କୁହୁଡି ଜାରି ରହୁଛି । ୧୫ ଡିଗ୍ରି ତଳେ ୧୯ ସହରର ତାପମାତ୍ରା ଥିବା ଜଣାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭. ୪ ଡିଗ୍ରୀ ସହ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ ୧୩.୭, କେଉଁଝରରେ ୧୩, ମାଲକାନଗିରିରେ ୧୪.୯ ଓ ଅନୁଗୁଳରେ ୧୧ ଡିଗ୍ରି ରେକର୍ଡ କରାଯାଇଛି। ଏଣେ ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୬. ୨ ଓ କଟକରେ ୧୫ ଡିଗ୍ରି ରହିଛି । ରାଜ୍ୟରେ ୨ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.