ହୀରାକୁଦରେ ଆରମ୍ଭ ହେଲାଣି ପକ୍ଷୀ ଗଣନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହୀରାକୁଦରେ ଆରମ୍ଭ ହେଲାଣି ପକ୍ଷୀ ଗଣନା | ପ୍ରତିବର୍ଷ ଭଳି ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ସାମଗମ ଆରମ୍ଭ ହୋଇଯାଇଛି। ତେଣୁ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଠାରେ ପକ୍ଷୀଙ୍କ ଗଣନା ପାଇଁ ନିଷ୍ପତ୍ତି ହୋଇଛି।

ସୋମବାର ୮ ତାରିଖ ପ୍ରାତଃରୁ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ। 32ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ ଜିଲ୍ଲାର ବନ ବିଭାଗର ବନ କର୍ମଚାରୀ ସାମିଲ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ହୀରାକୁଦ ଜଳ ଭଣ୍ଡାରକୁ 21ଟି ସେକ୍ଟରରେ ଭାଗ କରାଯାଇଛି । ମୋଟ 78 ଜଣ କର୍ମଚାରୀ ଓ ପକ୍ଷୀ ବିଶେଷଜ୍ଞ ପକ୍ଷୀ ଗଣନା କରୁଛନ୍ତି । ସେମାନଙ୍କ ମଧ୍ୟରେ 33 ଜଣ ପକ୍ଷୀ ବିଶେଷଜ୍ଞ ଅଛନ୍ତି । ପକ୍ଷୀ ଗଣନା ପ୍ରତ୍ୟହ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ।

ହୀରାକୁଦ ଜଳଭଣ୍ଡାର ଝାରସୁଗୁଡ଼ା ଓ ବରଗଡ଼ ଜିଲା ତଥା ଛତିଶଗଡ଼ ସୀମା ସଂଲଗ୍ନ ପ୍ରାୟ ୫ ଶହ ବର୍ଗ କିଲୋମିଟର ଅଞ୍ଚଳ ସହିତ ପାୱାର କେନାଲରେ ପକ୍ଷୀଗଣନା କରାଯିବ। ପକ୍ଷୀ ଗଣନା ପାଇଁ ଧାର୍ଯ୍ୟ ସମଗ୍ର ଅଞ୍ଚଳକୁ ୧୦ରୁ ୬୦ ବର୍ଗ କିଲୋମିଟର ବିଶିଷ୍ଟ ୨୧ଟି ପୃଥକ ସେକ୍ଟରରେ ଭାଗ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହିତ ମୋଟ୍‌ ୭୮ଜଣ ବନ ବିଭାଗ କର୍ମଚାରୀ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.