କାର୍ତ୍ତିକ ମାସରେ ଭଗବାନଙ୍କୁ ଘିଅ ଦୀପ ଅର୍ପଣ କରନ୍ତୁ ; ମିଳିବ ସୁଫଳ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଶାସ୍ତ୍ର ଅନୁଯାୟୀ ଏକ ଉକ୍ତି ରହିଛି ଯେଉଁଥିରେ କୁହାଯାଇଛି ଯେ ସତ୍ୟ ଯୁଗ ଭଳି ଯୁଗ ନାହିଁ , ବେଦ ଭଳି ଶାସ୍ତ୍ର ନାହିଁ , ତୁଳସୀ ଭଳି ପବିତ୍ର ନାହିଁ ଏବଂ କାର୍ତ୍ତିକ ମାସ ଭଳି ମାସ ନାହିଁ । ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ ଅଟେ ଏବଂ ଏହାକୁ ଧର୍ମର ମାସ ବୋଲି ମଧ୍ୟ କୁହାଯାଏ ।

ଏହି ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାଏ ଅର୍ଥାତ ଅକ୍ଟୋବର ୨୮ ଠାରୁ ନଭେମ୍ବର ୨୯ ପର୍ଯ୍ୟନ୍ତ । ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚନ୍ଦ୍ରମାସକୁ କାର୍ତ୍ତିକ ମାସ ବୋଲି କୁହାଯାଏ । ପୁରାଣ ଅନୁଯାୟୀ, ୧୨ ମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ମାସ। ଧର୍ମ ମାସ ହୋଇଥିବାରୁ ପୁରରୁ ପଲ୍ଲୀ ସବୁଠି ଏ ମାସକୁ ବେଶ ନିଷ୍ଠା ସହକାରେ ପାଳନ କରିଥାଆନ୍ତି ଲୋକେ । ମାସ ସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚ ଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।

ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ। ପବିତ୍ର କାର୍ତ୍ତିକ ମାସରେ ଦୀପ ଦାନ, ଗଙ୍ଗା ସ୍ନାନ, ଯଜ୍ଞ ଓ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି । ଏହି ମାସରେ, ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ତୁଳସୀ ମାଆଙ୍କୁ ଜଳ ଅର୍ପଣ କରନ୍ତୁ । ବିଶ୍ୱାସ ରହିଛି ଯେ, ଏହି ମାସରେ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ସଫଳତା ମିଳିଥାଏ ।

Leave A Reply

Your email address will not be published.