ଅନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

0

ଓଡ଼ିଆ ନ୍ୟୁଜ୍: ଅନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ।ଏନେଇ ସୂଚନା ଦେଲେ OMSA ସଭାପତି। ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା। ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦାଳନରୁ ଓହରିଲେ।ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ସଂଘ ସଭାପତି କିଶୋର ମିଶ୍ର କହିଛନ୍ତ, ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଶୁକ୍ରବାରଠୁ ସବୁ କିଛି ସ୍ଵାଭାବିକ ହେବ ବୋଲି ସେ କହିଛନ୍ତି ।

ସେପଟେ, ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଡାକ୍ତର ସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି । ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଛନ୍ତି । ସେମାନଙ୍କ ଦାବି ପୂରଣ ନେଇ କମିଟି ଗଠନ କରିଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ସଚିବ ରହିଛନ୍ତି ।

Leave A Reply

Your email address will not be published.