ଅନଲାଇନରେ ମଦ ବୁକିଂ କରି ହତାଶ ହେଲେ ସଫ୍ଟୱେୟାର ଇଞ୍ଜିନିୟର…

0

ସାଇବର ଠକଙ୍କ ଜଲରେ ପଡିଲେ ପୁଣି ଜଣେ ଇଞ୍ଜିନିୟର । ସେ ପୁଣି ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଅନଲାଇନରେ ମଦ ବୁକିଂ ବେଳେ ଦୁର୍ବୃତମାନେ ତାଙ୍କ ଆକାଉଂଟରୁ ୮୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଏଭଳି ହତାଶିଆ ଘଟଣା ପୁଣି ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଘଟିଛି ।

ଦୁଇଟି ଆକାଉଂଟରୁ ୮୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।

ଖାଲି ଏତିକି ନୁହେଁ, ବିଗତ ୧୫ ଦିନ ଭିତରେ ଚନ୍ଦ୍ରଶେଖରପୁର ଥାନା ଅଂଚଳର ୩ ଜଣ ବ୍ୟକ୍ତି ଅନଲାଇନରେ ମଦ ବୁକିଂ କରି ଠକେଇର ଶୀକାର ହୋଇଥିବା ପୋଲିସ ସୂଚନା ଦେଇଛି ।

ପୂର୍ବରୁ ଜଣେ ଯୁବକ ୧ଲକ୍ଷ ୨୬ ହଜାର ଟଙ୍କାର ଠକେଇର ଶୀକାର ହୋଇଥିବା ବେଳେ ତାର ଦୁଇ ଦିନ ପରେ ପୁଣି ଜଣେ ଯୁବକଙ୍କଠାରୁ ସାଇବର ଠକ ୩୬ ହଜାର ଟଙ୍କା ଆକାଉଂଟରୁ ଗାୟବ କରିନେଇଥିଲେ ।

ଏନେଇ ସେମାନେ ସାଇବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ନା ମିଳିଛି ଟଙ୍କା ନା ଧରାପଡ଼ିଛନ୍ତି ଅପରାଧୀ । ତଥାପି କମିଶନରେଟ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିବେ ବୟାନ ବାଜି ଚଳାଇଛି ।

Leave A Reply

Your email address will not be published.