ଓସ୍କାର ସେରିମନିରେ ବାଜି ମାରିଛି ‘ଓପନ ହାଇମର୍’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚଳିତ ବର୍ଷ ଓସ୍କାର ସେରିମନିରେ ବାଜି ମାରିଛି ‘ଓପନ ହାଇମର୍’ | ଏକାଡେମୀ ପୁରସ୍କାରର ଏହି ଇଭେଣ୍ଟ ମାର୍ଚ୍ଚ ୧୦ ତାରିଖ ଗତକାଲି ରାତିରେ କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଆୟୋଜିତ ହୋଇଛି । ତେବେ ଭାରତୀୟ ସମୟ ଅନୁଯାୟୀ ସୋମବାର(ଅର୍ଥାତ୍ ଆଜି ମାର୍ଚ୍ଚ ୧୧ ତାରିଖ) ସକାଳେ ଏହି ଶୋ’ ଲାଇଭ ଡିଜ୍ନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଥିଲା । ତେବେ ୯୬ ତମ ଏକାଡେମୀ ପୁରସ୍କାର ବିଜେତାଙ୍କ ତାଲିକା ସାମ୍ନାକୁ ଆସିଛି ।

ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମଞ୍ଚକୁ ଆସି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଜନ୍ ସିନା। ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ସେ ଉଲଗ୍ନ ହୋଇ ମଞ୍ଚକୁ ଆସିଥିଲେ | ପ୍ରଥମ ପୁରସ୍କାର ଭାବେ ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରାଯିବାର ଥିଲା। ଏଥିପାଇଁ ହୋଷ୍ଟ ଜିମି କିମେଲ ରେସଲର ତଥା ଅଭିନେତା ସିନାଙ୍କୁ ମଞ୍ଚକୁ ଡାକିଥିଲେ। ହେଲେ ଜନ୍ ସିନାଙ୍କୁ ଦେଖି ଗ୍ୟାଲେରୀରେ ବସିଥିବା ଦର୍ଶକେ ଚମକି ପଡ଼ିଥିଲେ। ଜନ୍ ସିନା ଉଲଗ୍ନ ହୋଇ ମଞ୍ଚକୁ ଆସି ପୋଷାକ ନ ପିନ୍ଧିବା ଦ୍ୱାରା ପୋଷାକର ମହତ୍ତ୍ୱ କଣ ରହିଛି ସେ ନେଇ ଆଲୋଚନା କରିଥିଲେ। ସିନାଙ୍କୁ ଏଭଳି ରୂପରେ ମଞ୍ଚରେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହେବା ସହ ପ୍ରବଳ ହସିଥିଲେ। ଏହାପରେ ସିନା ହୋଷ୍ଟ କିମେଲଙ୍କୁ କହିଲେ, ‘ପୋଷାକ ଏତେ ଗୁରୁତ୍ୱପୂର୍ଣ୍ଣ । ବୋଧହୁଏ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ’।

ଜନ୍ ସିନାଙ୍କର ଏହି ରୂପ ୧୯୭୪ ଓସ୍କାରକୁ ମନେ ପକାଇ ଦେଇଥିଲା। ସେତେବେଳେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ମଞ୍ଚକୁ ଆସିବା ପରେ ବାଧା ସୃଷ୍ଟି ହୋଇଥିଲା। ବିଭିନ୍ନ ବର୍ଗରେ ‘ଓପେନହାଇମର’ ପାଇଁ ମୋଟ ୧୩ଟି ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ ଖ୍ରୀଷ୍ଟୋଫର ନୋଲାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୭ଟି ଆୱାର୍ଡ ନିଜ ନାଁରେ କରିଛି । ସେହିପରି ହଲିଉଡ ଫିଲ୍ମ ‘ପୁଅର ଥିଙ୍ଗସ’ ୧୧ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ୪ଟି ଆୱାର୍ଡ ହାତେଇଛି । ସେପଟେ ଓସ୍କାରରେ ଜଲୱା ଦେଖାଇପାରିଲାନି ଭାରତୀୟ ଫିଲ୍ମ ‘ଟୁ କିଲ ଏ ଟାଇଗର’ । ଏହି ଫିଲ୍ମ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ମନୋନୀତ ହୋଇଥିବା ବେଳେ ଆୱାର୍ଡ ଜିତିପାରିଲା ନାହିଁ । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ‘୨୦ ଇଜ ଇନ ମାରିୟୋପୋଲ’ ଫିଲ୍ମ ଏହି ଆୱାର୍ଡ ହାତେଇଛି ।

Leave A Reply

Your email address will not be published.