‘ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ୍ କରିଥିଲୁ’

0

ଓଡ଼ିଆ ନ୍ୟୁଜ୍: ଭାରତୀୟ ସେନାର ଅପରେସନ ସିନ୍ଦୂର କେବଳ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଥିଲା । ଏଥିରେ ଆତଙ୍କୀ ଓ ଆତଙ୍କବାଦୀଙ୍କୁ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ପକିସ୍ତାନ ଆର୍ମି ବେସ୍ କିମ୍ବା ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରାଯାଇନଥିଲା । ଏନେଇ ତିନି ସେନାର ଡିଜିଏମଓ ପ୍ରେସ୍ ମିଟ୍‌ରେ ସୂଚନା ଦିଆଯାଇଛି । ଏହାଛଡ଼ା କିଛି ନୂଆ ଖୁଲାସା କରାଯାଇଛି । ଭାରତୀୟ ସେନା ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ପାକିସ୍ତାନ ଫାଇଟର ଜେଟ୍ ମିରାଜ୍‌ର ଧ୍ବଂସାବଶେଷ ଦେଖିବାକୁ ମିଳିଛି ।

ଅପରେସନ ସିନ୍ଦୂର ବେଳେ ମିରାଜ୍ ଯୁଦ୍ଧବିମାନ ଭାରତୀୟ ବାୟୁସୀମା ଅତିକ୍ରମ କରିବାକୁ ପ୍ରୟାସ କରୁଥିବା ବେଳେ ଏୟାର ଡିଫେନ୍ସ ସିଷ୍ଟମ ତାକୁ ମାରି ଖସାଇଥିଲା । ଭାରତୀୟ ସେନା ପକ୍ଷରୁ କୁହାଯାଇଛି, ଏହି ଲଢ଼େଇ ଅତଙ୍କବାଦୀଙ୍କ ବିରୋଧରେ ଥିଲା । ମେ’ ୭ ତାରିଖରେ ବାୟୁସେନା କେବଳ ପାକିସ୍ତାନ ଓ ପିଓକେ ଥିବା ଆତଙ୍କୀ ଠିକଣାକୁ ଆଟାକ୍ କରିଥିଲା ।

Leave A Reply

Your email address will not be published.