ରୋହିତଙ୍କ ବହିଷ୍କାର କେବଳ ‘ଆଇଓ୍ୱାସ୍, ଉଚ୍ଚଶିକ୍ଷା ବିଭାଗରେ ହୋଇଥିବା ବ୍ୟାପକ କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର:ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁର୍ନୀତିକୁ ପଶ୍ରୟ ଦେଉଥିବା ଏକ ଜନବିରୋଧି ସରକାର ଓଡିଶାରେ ଚାଲିଛି । ତଥାକଥିତ “୫-ଟି” ଏଠାରେ ଏକ ଧୂଆଁବାଣ ସଦୃଶ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ କାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ବହିଷ୍କାର କଲେ । ଶ୍ରୀ ପୁାଜରୀଙ୍କୁ ବହିଷ୍କାର ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଚିବ ଓ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କୁ ଅପସାରଣ କରାଯାଇଥିଲା । ଶ୍ରୀ ପୁାଜରୀଙ୍କୁ ବହିଷ୍କାର କରାଯିବାର କିଛି ଘଂଟା ଭିତରେ ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ଅପସରଣ କରିଦିଆଗଲା । କାହାକୁ ମନ୍ତ୍ରୀ ରଖିବେ କିମ୍ବା ବହିଷ୍କାର କରିବେ ତାହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛାଧିନ ବ୍ୟାପାର କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରିବା ପଛରେ କାରଣ କ’ଣ? ଉଚ୍ଚ ଶିକ୍ଷା ବିଭାଗରେ ବିଭିନ୍ନ ଅନିୟମିତତା ଓ କେଳେଙ୍କାରୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରିଛି । ଏହା ସହିତ ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ବିଭାଗର ସମୀକ୍ଷା ବେଳେ ମନ୍ତ୍ରୀ ତଥା ବିଭାଗର ଅପାରଗତା ବିଷୟରେ କୁହାଯାଇଛି । ଅପାରଗତା, ଅଯୋଗ୍ୟତା ଓ ଜନବିରୋଧି କାର୍ଯ୍ୟ ପାଇଁ ମନ୍ତ୍ରୀଙ୍କୁ ବିଦା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଅତୀତରେ ଦେଖାଯାଇଛି ମୁଖ୍ୟମନ୍ତ୍ରୀ ଜନବିରୋଧି ତଥା ଦୁର୍ନିତୀଗ୍ରସ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି ଓ ପରେ ମନ୍ତ୍ରୀମଣ୍ଡଳରେ ପୁନଃ ଥଇଥାନ କରିଛନ୍ତି । ଯଦି ଉଚ୍ଚ ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନିତୀ ଓ କେଳେଙ୍କାରୀ ହୋଇଛି, ଯଦି ଦୁର୍ନିତୀ ପ୍ରତି “ଜିରୋ ଟଲେରାନ୍ସ” ରେ ବିଶ୍ୱାସ ରଖିଛନ୍ତି ତାହାଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀଙ୍କୁ କାହିଁକି ବାଦ୍ ଦେଲେ ତାର କାରଣ ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଯଦି ଦୁର୍ନିତୀ କାରଣ ଅଛି କିମ୍ବା ଦୁର୍ନିତୀ ହୋଇଛି ତାହେଲେ ତାର ଭିଜିଲାନ୍ସ ତଦନ୍ତ ଦେବେ କି ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ନିକଟରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ଓଡିଶାରେ କୌଣସି ମେଡିକାଲ କଲେଜର ସ୍ଥାନ ନାହିଁ । ରାଜ୍ୟରେ ବିଶ୍ୱସ୍ତରୀୟ ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟ ବିଭାଗ ଚାଲିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ବୁର୍ଲା, କଟକ ଓ ବ୍ରହ୍ମପୁର ମେଡିକାଲ କଲେଜକୁ ଛାଡିଦେଲେ ଅନ୍ୟ ମେଡିକାଲ କଲେଜ ସବୁ କେବଳ ସାଇନବୋର୍ଡରେ ଚାଲିଛି । ସ୍ୱାସ୍ଥ୍ୟ ବିଭାଗର ଏଭଳି ଚରମ ନିଦର୍ଶନ ପାଇଁ କେଉଁ ମନ୍ତ୍ରୀ ଦାୟୀ ହେବେ? ଅବଶ୍ୟ ଏହା ସତ୍ୟ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ଶ୍ରୀଯୁକ୍ତ ନବ କିଶୋର ଦାସଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇପାରିଲେନାହିଁ ତେଣୁ ବର୍ତମାନ ଦୋଷ ଦେବା କାହାକୁ? ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ଓଡିଶାର କୌଣସି ସରକାରୀ ବୈଷୟିକ ବିଦ୍ୟାଳୟ ସ୍ଥାନ ପାଇନାହିଁ । ଏନଇଆରଏଫ ର‌୍ୟାଙ୍କରେ ଓଡିଶାର କୌଣସି ମେଡିକାଲ କଲେଜ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନ ନରହିବା ମନ୍ତ୍ରୀଙ୍କ ବିଫଳତା ନୁହେଁ କି? ତେଣୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ପ୍ରୀତିରଞ୍ଜନ ଘଡାଇଙ୍କୁ ନବୀନ ବାଦ୍ ଦେବେ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଠିକ୍ ସେହିଭଳି ଦୁଇ ଦିନ ତଳେ ରାଜ୍ୟରେ ସାମାନ୍ୟ ଝଡବର୍ଷାରେ ଭୁବନେଶ୍ୱର ସମେତ ଅର୍ଦ୍ଧାଧିକ ରାଜ୍ୟ ଅନ୍ଧାରରେ ରହିଲା । ସମଗ୍ର ପଶ୍ଚିମ ଓଡିଶା ଗରମ ତାତିରେ ଶିଜୁଛି । ଟାଟା ପାୱାର ସହିତ ଶକ୍ତି ବିଭାଗର ମଧୁଚନ୍ଦ୍ରିକା ରାଜ୍ୟବାସୀଙ୍କ ପାଇଁ କାଳ ହୋଇଛି । ବିଜୁଳି ବିଭାଗର ଭିତିଭୂମି ନଥିବାରୁ ଆଜି ଏଭଳି ଦୁର୍ଦ୍ଦଶା । ରାଜ୍ୟରେ ଘନ ଘନ ବିଜୁଳି କାଟ ଏବଂ ଦୁର୍ବଳ ଭିତିଭୂମି ପାଇଁ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଅତୀତରେ ମହିଳା ଓ ଶିଶୁ ବିଭାଗରେ ବ୍ୟାପକ ଦୁର୍ନିତୀ ଓ ଜନବିରୋଧୀ କାର୍ଯ୍ୟ ପାଇଁ ସେତେବେଳର ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଇଓ୍‌ôାସ ପାଇଁ ମୁଖ୍ୟମନ୍ତ୍ରୀ ବିଦା କରିଥିଲେ । ଏବେ ତାଙ୍କୁ ପୁନଃ ମନ୍ତ୍ରୀ ଭାବେ ଥଇଥାନ କରିଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା କ’ଣ? ବହିଷ୍କୃତ ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦିଆଯାଇଛି । ରୋହିତଙ୍କୁ ବହିଷ୍କାର କେବଳ ଆଇଓ୍‌ôାସ ନୁହେଁ ତ ? କ’ଣ ପାଇଁ ପୂର୍ବରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରିଥିଲେ ଓ ବର୍ତମାନ ତାଙ୍କୁ କେଉଁ ଯୋଗ୍ୟତା ଆଧାରରେ ଉଚ୍ଚଶିକ୍ଷା ବିଭାଗ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ପ୍ରକୃତରେ ଯଦି ମୁଖ୍ୟମନ୍ତ୍ରୀ ସବୁ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରୁଥାନ୍ତି, ତାହାଲେ ସବୁ ମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତା କ’ଣ ତାହା ସାର୍ବଜନୀନ କରାନ୍ତୁ ଓ ଜିରୋ ଟଲେରାନ୍ସ, ୫-ଟିର ଆଧାରରେ ଉଚ୍ଚଶିକ୍ଷା ବିଭାଗରେ ହୋଇଥିବା ବ୍ୟାପକ କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.