ଓଡ଼ିଆ ନ୍ୟୁଜ୍: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ, ୨୦୨୧ ବ୍ୟାଚ୍ ଆଇଏଏସ ତଥା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।
ଘଟଣା ଅନୁଯାୟୀ, ଅଭିଯୁକ୍ତ ଉପ-ଜିଲାପାଳ ଅଭିଯୋଗକାରୀଙ୍କୁ ତାଙ୍କ ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ସେ ନିଜ ହାତରେ ଟଙ୍କା ସବୁ ଯାଞ୍ଚ କରି ତାଙ୍କ ବାସଭବନର ଅଫିସ ଟେବୁଲ ଡ୍ରୟରରେ ରଖିଥିଲେ। ତାଙ୍କ ଉଭୟ ହାତ ଧୋଇବା ଏବଂ ଟେବୁଲ ଡ୍ରୟାର ଧୋଇବା ପରେ ରାସାୟନିକ ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଥିଲା।