ଓଡ଼ିଆ ନ୍ୟୁଜ୍: ଓଲଟି ପଡ଼ିଲା OSRTC ବସ୍। ଅନୁଗୋଳ ଜିଲ୍ଲା ସାମଲ ଥାନା ବୁରୁକୁନା ଛକ ନିକଟରେ ଏକ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ରାସ୍ତାରେ ଓଲଟି ପଡିବାରୁ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା କୁହାଯାଉଛି ।
ଏହା ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ଏଥିରେ ପ୍ରାୟ ୪୦ ଜଣ ପାସେଞ୍ଜର ରହିଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି । ଏହାସହ ଜଣଙ୍କ ବାମ ଗୋଡ଼ କଟି ଯାଇଥିବା ବେଳେ ଅନ୍ୟ ମାନେ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସମଲ ପୋଲିସ କହିଛି।