ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଦନପୁର ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର | ଘସିପୁରା ବ୍ଳକ ମଦନପୁର ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l
ସରପଞ୍ଚ ହିମାଂଶୁ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ର ବିକାଶ ହୋଇପାରିଛି ବୋଲି କହିଥିଲେ l ବ୍ଲକ ଉପାଧ୍ୟାକ୍ଷ ପଞ୍ଚାନନ ବେହେରା, ବିଡ଼ିଓ ମାନସ ରଞ୍ଜନ ସାମଲ, ସମିତି ସଭ୍ୟା ମାମିନା ସାହୁ, ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମହିଳା ସଂଗଠିକା ଜୟନ୍ତୀ ଦାସ, ସ୍ବେଛାସେବୀ ଉଦ୍ଧବ ଜେନା, ଉଦୟ ଦାସ, ଉପେନ୍ଦ୍ର ମିଶ୍ର, ୱାର୍ଡ୍ ସଭ୍ୟ ସୁଶାନ୍ତ ଦେହୁରୀ, ମଙ୍ଗୁଳୁ ଅମାନ୍ତ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।