ଦେଓଗାଁ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଓଗାଁ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ | ଘସିପୁରା ବ୍ଲକ୍ ଦେଓଗାଁ ପଞ୍ଚାୟତ ଠାରେ ବ୍ଳକ ପ୍ରସାଶନ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ସଚେତନ‌ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସରପଞ୍ଚ ସତ୍ୟ ରଞ୍ଜନ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ,ସଂମାନିତ ଅତିଥି ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର ,ଘଷିପୁରା ବିଡ଼ିଓ ମାନସ ରଞ୍ଜନ ସାମଲ , ଘଷିପୁରା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ରାଉତ ,ସମାଜ ସେବୀ ବୁଲୁ ପଟ୍ଟନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ ଅତିଥି ଭାବେ ସମବାୟ ସମିତି ସଭାପତି ରମାକାନ୍ତ ବଳ, ସଭ୍ୟ କଲ୍ପନା ବଳ, ଜଟାଧାରୀ ସିଅଳ, ଅନାମ ଚରଣ ରାଉତ ଅନନ୍ତ ଚରଣ ରାଉତ ଯୋଗ ଦେଇଥିଲେ ଓ ନାରାୟଣ ସାହୁ, ସୁରେନ୍ଦ୍ର କୁମାର ସାହୁ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ହୋଇ ପାରିବ ,ସମସ୍ତ ୱାଡ଼ ମେମ୍ବର ଓ ସ୍ୱୟଂ ସହାୟକ ଗୋଷ୍ଠୀ ,ଦେଓଗାଁ ପଞ୍ଚାୟତ ବାସୀ ଙ୍କସହ ମିଶନ ଶକ୍ତି ମହିଳା ଙ୍କ ସହ ପଞ୍ଚାୟତ ର ସମସ୍ତ ସ୍ୱଂୟ ସହାୟକ ମା ମାନଙ୍କ ସହ ହଜାର ହଜାର ଗ୍ରାମବାସୀ ଯୋଗ ଦେଇଥିଲେ ।ଶେଷରେ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.