ସିରିଜ୍ ଟ୍ରକ୍ ଦୁର୍ଘଟଣା, ସାତ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସିରିଜ୍ ଟ୍ରକ୍ ଦୁର୍ଘଟଣା, ସାତ ଗୁରୁତର | କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ଠାରେ ଘଟିଛି ସିରିଜ ଦୁର୍ଘଟଣା । ଆଜି ସକାଳୁ ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ହୋଇଛି।

ଖବର ଅନୁଯାୟୀ ଏକା ସାଙ୍ଗରେ ୩ଟି ଟ୍ରକ ଏଵଂ ୪ଟି ବାଇକକୁ ଧକା ଦେଇଛି ଆଉ ଏକ ଟ୍ରକ। ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ଏକ ଟ୍ରକ୍ କଲିକତା ଅଭିମୁଖେ ଯାଉଥିଲା। ଘାଟିରୁ ଓହ୍ଲାଇବା ସମୟରେ ଟ୍ରକର ବ୍ରେକ ଫେଲ ହୋଇଯିବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତରଙ୍କ ପରିଚୟ ମିଳି ନଥିବା ବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଟାଉନ ଥାନା ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.