ନୂଆରମ୍ପାସରେ ବିଜେପିର ମିଶ୍ରଣ ପର୍ବ, ୩୦୦ରୁ ଉର୍ଦ୍ଧ ବିଜେପିରେ ସାମିଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନୂଆରମ୍ପାସରେ ବିଜେପିର ମିଶ୍ରଣ ପର୍ବ, ୩୦୦ରୁ ଉର୍ଦ୍ଧ ବିଜେପିରେ ସାମିଲ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଓ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରସା କରି ୩୦୦ ରୁ ଉର୍ଦ୍ଧ୍ବ ଯୁବକ ଓ ମହିଳା ବିଜେପି ରେ ସାମିଲ ହୋଇଛନ୍ତି।

ନୂଆରମ୍ପାସ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଧାନସଭା ପ୍ରଭାରୀ ହରିହର ମହାନ୍ତ, ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅସୀମା ମିଶ୍ର, ସୁକାନ୍ତ ଯେନା ପ୍ରମୁଖ ନବାଗତ ଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।

ଶାନ୍ତୁନ ଖୁଣ୍ଟିଆ ଙ୍କ ନେତୃତ୍ୱରେ ଶହ ଶହ ଯୁବକ ଓ ମହିଳା ବିଜେପି ରେ ସାମିଲ ହେଲେ। ନୂଆରମ୍ପାସ ଗ୍ରାମରେ ଦିର୍ଘ ବର୍ଷ ଧରି ବିକାଶ ମୁଳକ କାର୍ଯ୍ୟ ହେଉନଥିବା ବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଯୋଜନାକୁ ହରିଲୁଟ କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ଶହ ଶହ ଗ୍ରାମବାସୀ ବିଜେପି ରେ ମିସିଲେ ବୋଲି କହିଛନ୍ତି।

Leave A Reply

Your email address will not be published.