ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଚେତନତା ଶିବିର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଢେଙ୍କା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ସଚେତନତା ଶିବିର | ଆନନ୍ଦପୁର ଉପଖଣ୍ଡ ଢେଙ୍କା ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଢେଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ |

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଯୁବ ସମାଜସେବି ଅଭିମନ୍ୟୁ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ସମିତି ସଭ୍ୟା ସୁକାନ୍ତି ବିଶ୍ୱାଳ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାଶ, ପିଇଓ ସୁରେଶ ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିବା ସହ ସଚେତନ କରାଇଥିଲେ।

ଏହି ଅବସରରେ ପାଲା ମାଧ୍ୟମରେ ମଧ୍ୟ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ସମସ୍ତ ପରିବାର କୁ ସରକାରଙ୍କ ସଫଳତାର ପୁସ୍ତିକା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଦୃଷ୍ଟିବାଧିତ କ୍ରିକେଟ ଝିଲି ବିରୁଆଙ୍କ ସମେତ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.