ଆଜି ଠାରୁ ଝାଡଖଣ୍ଡ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଝାଡଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କ ପାଇଁ ଅଗ୍ନି ପରୀକ୍ଷା ।   ଝାଡ଼ଖଣ୍ଡ ବିଧାନସଭାରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଫ୍ଲୋରଟେଷ୍ଟ । ଏହାପୂର୍ବରୁ JMM ଓ ମେଣ୍ଟ ଦଳର ପ୍ରାୟ ୪୦ ବିଧାୟକ ହାଇଦ୍ରାବାଦରୁ ବିମାନ ଯୋଗେ ରାଞ୍ଚି ଫେରିଛନ୍ତି । ଘୋଡ଼ା ବେପାର ଭୟରେ ସେମାନଙ୍କୁ ହାଇଦ୍ରାବାଦ ନିକଟସ୍ଥ ଏକ ରିସୋର୍ଟରେ ରଖାଯାଇଥିଲା । ଚମ୍ପାଇ ସୋରେନ୍‌ଙ୍କ ଆସ୍ଥା ଭୋଟରେ ଭାଗ ନେବା ପାଇଁ ସେ ବିଧାନସଭାରେ ଆସି ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ ତାଙ୍କୁ ବିଧାନସଭାରେ ଆଣି ପହଞ୍ଚାଇଛି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଶାସକ ଦଳର ବିଧାୟକମାନେ ଟ୍ରଷ୍ଟ ଭୋଟ୍ ଜିତିବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଥିବାବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଚମ୍ପାଇ ସୋରେନ ସରକାର ଟ୍ରଷ୍ଟ ଭୋଟ୍ ଜିତି ପାରିବେ ନାହିଁ। ରାଜ୍ୟ ମନ୍ତ୍ରୀ ଆଲାମଗିର ଆଲାମ ରବିବାର କହିଛନ୍ତି ଯେ ଆମର ବିଧାୟକମାନେ ଏକଜୁଟ ହୋଇଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ଗୃହରେ ଆମର ୪୮ରୁ ୫୦ଜଣ ବିଧାୟକଙ୍କ ସମର୍ଥନ ରହିଛି।

ସୂଚନା ମୁତାବକ, ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ମେଣ୍ଟରେ ୪୭ ଜଣ ବିଧାୟକ ଅଛନ୍ତି ଏବଂ CPIML (L) (କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ-ଲେନିନବାଦୀ-ଲିବରେସନ୍) ର ଜଣେ ବିଧାୟକଙ୍କ ବାହ୍ୟ ସମର୍ଥନ ରହିଛି। ରବିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ରାଞ୍ଚି ଫେରିବା ପରେ ଶାସକ ଦଳର ବିଧାୟକମାନେ ବିଧାନସଭାରେ ଆସ୍ଥା ଭୋଟ ଜିତିବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି।

Leave A Reply

Your email address will not be published.