୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ପାଇଁ ୪ ଓଡ଼ିଆଙ୍କୁ ଦିଆଯିବ ପଦ୍ମ ପୁରସ୍କାର। ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ଭାରତ ସରକାର। ଏହି ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ, ଅଦ୍ବୈତ ଚରଣ ଗଡ଼ନାୟକ ଓ ଡା. ଅଶୋକ କୁମାର ମହାପାତ୍ର।

ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ, କଳା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଅଦ୍ବୈତ ଚରଣ ଗଡ଼ନାୟକ, ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଡାକ୍ତର ଅଶୋକ କୁମାର ମହାପାତ୍ର, କଳା କ୍ଷେତ୍ରରେ ଦୁର୍ଗାଚରଣ ରଣବୀର ଓ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଲେଖିଛନ୍ତି, ନିଜର ପ୍ରତିଭା ଏବଂ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଥିବା ସମସ୍ତ ବିଜେତାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ବିଶେଷ କରି ଓଡ଼ିଶାର ୪ ପଦ୍ମ ବିଜେତା, ମେଡ଼ିସିନ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, କଳାରେ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ ଓ ଦୁର୍ଗା ଚରଣ ରଣବୀର ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରତିଭା ଶତପଥୀଙ୍କ ପାଇଁ ଆଜି ରାଜ୍ୟବାସୀ ଗର୍ବିତ।

Leave A Reply

Your email address will not be published.