ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ | ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ହିଁ ରାଜ୍ୟ ସରକାରଙ୍କ ପ୍ରଥମ ପ୍ରୟାସ ମାଧ୍ୟମରେ ଜଗନ୍ନାଥ ସସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀଗୁଡିକ ର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍କ ଭିତ୍ତିଭୂମି ର ବିକାଶ, ଉଚ୍ଚ ବିଦ୍ୟାଳୟ ଗୁଡିକର ରୁପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମି ର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା ତ୍ବରାନ୍ବିତ ହୋଇଚାଲିଛି |

ଆଜି ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତ ରାଣୀବନ୍ଧ ନିକଟସ୍ତ ପଡିଆ ଠାରେ ସଭାପତି ତଥା ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ୪୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତ, ସରପଞ୍ଚ ଯମୁନାମଣି ସିଂ, ପଞ୍ଚାୟତ ସମିତି ସଭ୍ୟା ଚମ୍ପାବତୀ ସିଂ, ଭି ଏଲ ଡ୍ବ୍ଲୁ ଅନିଲ ମହାନ୍ତ, ଜେ ଇ ପ୍ରଶାନ୍ତ ଦାଶ, ଏ ଇ ଇ ଅଂଶୁମାନ ସାମଲ ଓ ବି ପି ଏମ୍ ଶାନ୍ତନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥି ଗଣ ସଭାପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ ପରେ ଗାୟକ ଭରତ ଚନ୍ଦ୍ର ବେହେରା ଏବଂ ସାଥୀ ମୋହନ ସୁନ୍ଦର ଗିରି ଦାସ କାଠିଆ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ |

ସଭାପତି ତାଙ୍କ ବକ୍ତବ୍ୟରେ ସରକାର ଯେଉଁ ସବୁ ଯୋଜନା ଗୁଡିକ ପ୍ରଣୟନ କରୁଛନ୍ତି ଯଥା କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆବାସ ଯୋଜନା, ମିଶନ ଶକ୍ତି ଯୋଜନା, ପାନୀୟ ଜଳ ଯୋଜନା, ଲକ୍ଷ୍ମୀ ବସ, ଆମ ବ୍ୟାଙ୍କ, କୃଷି ଉଦ୍ୟାେଗ ଯୋଜନା ଇତ୍ୟାଦି | ସେଗୁଡିକର ଲୋକମାନେ ଲାଭ ଉଠାନ୍ତୁ ବୋଲି ବୁଝାଇଥିଲେ | ଉକ୍ତ ସଚେତନତା ମେଳାରେ ଲୋକେ ନିଜନିଜର ସମସ୍ୟାକୁ ମଧ୍ୟ କେନ୍ଦ୍ରରେ ଜଣାଇଲେ , ସେଠାରେ ସେମାନଙ୍କୁ ଆଶୁ ସମାଧାନ କରାଯିବ ବୋଲି ସୂଚନା ଦେଇଥିଲେ | ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଭ୍ୟ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ | ଏହା ପରେ ଭିଡିଓ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଠାରେ ଓଡିଶାର ବିଭିନ୍ନ ପଞ୍ଚାୟତରେ ବିକାଶର ଝଲକ ପ୍ରଦର୍ଶିତ ହୋଇଥିଲା |

ଏହି ଅବସରରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଆମ ପଞ୍ଚାୟତର ବିକାଶ ପୁସ୍ତିକା ଉନ୍ମୋଚିତ ହୋଇଥିଲା | ଉକ୍ତ ସଭାକୁ ସଭାପତି ପରିଚାଳନା କରିଥିଲା ବେଳେ ବି ପି ଏମ୍ ଶାନ୍ତନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବୈଠକରେ ଭାଲୁବସା ପଞ୍ଚାୟତର ସ୍ଥାନୀୟ ଜନସାଧାରଣ, ହିତାଧିକାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.