ରାଇରଙ୍ଗପୁର ବ୍ଲକ ଠାରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ବ୍ଲକ ଠାରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଉଦଯାପିତ| ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଓ ଉନ୍ନୟନମୂଳକ କାର୍ଯ୍ୟର ରୂପାନ୍ତର ଘଟିଛି | ଆଜି ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତ ଅଧିନସ୍ତ ପଡିଆ ଠାରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ସଭାପତି ତଥା ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି |

ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁରାଇ ମାର୍ଣ୍ଡି, ଏ ଇ ଇ ଶ୍ରୀ ଅଂଶୁମାନ ସାମଲ, ୪୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାନ୍ତ, ଜେ ଇ ପ୍ରଶାନ୍ତ କୁମାର ଦାଶ , କନିଷ୍ଟ ଯନ୍ତ୍ରୀ ଶ୍ରୀ ସୁଶୀଲ କୁମାର ସିଂ, ପି ଇ ଓ ଶ୍ରୀଯୁକ୍ତ ଅନୀଲ କୁମାର ମହାନ୍ତ, ପୁରୁଣାପାଣି ଗ୍ରାମ ପଞ୍ଚାୟତର ସରପଞ୍ଚ ବାଲହୀମଣୀ ଟୁଡୁ, ନାଏବ ସରପଞ୍ଚ ଶ୍ରୀଯୁକ୍ତ ସାନଖ ହାଁସଦାଃ, ପଞ୍ଚାୟତସମିତି ସଭ୍ୟା ଶ୍ରୀମତୀ ଝୁନୁମଣୀ ଗିରି ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶାନ୍ତନୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ସଭାପ୍ରାରମ୍ଭରେ ଅତିଥିଗଣ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ଜଳନ ପରେ ଦାସକାଠିଆ ମାଧ୍ୟମରେ ଗାୟକ ଭରତ ଚନ୍ଦ୍ର ବେହେରା ଏବଂ ସାଥୀଙ୍କ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ | ଏ

ହି ଭବ୍ୟ ପଞ୍ଚାୟତ ସ୍ତରୀୟ ସଚେତନତା ସଭାକୁ କନିଷ୍ଟ ଯନ୍ତ୍ରୀ ଶ୍ରୀ ସୁଶୀଲ କୁମାର ସିଂ ଓ ପି ଇ ଓ ଶ୍ରୀଯୁକ୍ତ ଅନୀଲ କୁମାର ମହାନ୍ତ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ | ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନ ରଂଜନ ହେମ୍ବ୍ରମ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ | ଏହାପରେ ସଭାପତି ତାଙ୍କ ବକ୍ତବ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଆବାସ ଯୋଜନା, ଲକ୍ଷ୍ମୀ ବସ୍, କୃଷି ଉଦ୍ଦ୍ୟୋଗ ଯୋଜନା, ପାନୀୟ ଜଳ ଯୋଜନା, କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ବ୍ୟାଙ୍କ, ମିଶନ ଶକ୍ତି ଯୋଜନା ଇତ୍ୟାଦି ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ | ଏହିସବୁ ଯୋଜନା ସମ୍ବନ୍ଧରେ କାହାର ସମସ୍ୟା ଥାଏ, ଏଠାରେ ଥିବା ଷ୍ଟଲ ମାଧ୍ୟମରେ ସେମାନେ ସମାଧାନ ପାଇପାରିବେ ବୋଲି ସୂଚନା ଦେଇଥିଲେ | ପୁରୁଣାପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ବାଲହୀମଣୀ ଟୁଡୁ ତାଙ୍କ ବକ୍ତବ୍ୟରେ ସରକାରୀ ଯୋଜନାଗୁଡିକ ଲୋକମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ , ଏଣୁ ଉକ୍ତ ଯୋଜନାଗୁଡିକୁ ଯଥାଶୀଘ୍ର ଲୋକମାନେ ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ |

ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶାନ୍ତନୁ କୁମାର ସାହୁ ମଧ୍ୟ ତାଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ତଦପରେ ଆମ ପଞ୍ଚାୟତ ର ବିକାଶ ପୁସ୍ତିକା ଉନ୍ମୋଚିତ ହେଲା ପରେ ଆମ ପଞ୍ଚାୟତ ର ବିକାଶ ସମ୍ପର୍କରେ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା | ପରିଶେଷରେ ଜେ ଇ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ସଭାରେ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ, ପୁରୁଣାପାଣି ଗ୍ରାମପଞ୍ଚାୟତ ର ଗ୍ରାମବାସୀବୃନ୍ଦ, ସମସ୍ତ ୱାର୍ଡମେମ୍ବର ତଥା ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଗଣ ଯଥା ପାନୀୟଜଳ ବିଭାଗ, କୃଷି ବିଭାଗ, ରାଜସ୍ବ ବିଭାଗ, ରାଇରଙ୍ଗପୁର ବ୍ଲକ କର୍ମଚାରୀବୃନ୍ଦ, ମତ୍ସ୍ୟ,ପ୍ରାଣୀ ସମ୍ପଦ ଓ ଜଙ୍ଗଲ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଖାଦ୍ୟ ଯୋଜନା ବିଭାଗ, ଆବାସ ଯୋଜନା ବିଭାଗ , ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗ ପ୍ରମୁଖ ଯୋଗ ଦେଇଥିଲେ |

Leave A Reply

Your email address will not be published.