ବେଆଇନ ଧାନ ଚାଲାଣ; ଜବତ କଲା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ଧାନ ଚାଲାଣ , ଜବତ କଲା ପୋଲିସ । ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ପଣସପଡିଆ ଛକ ଠାରେ ଭଗବତି ଟ୍ରେଡ଼ସ ନାମକ ସଂସ୍ଥା ବେଆଇନ ଭାବେ ଧାନ ଓଡିଶା ବାହାରକୁ ଚାଲାଣ ବେଳେ ଜବତ କଲା ଯୋଗାଣ ବିଭାଗ l

ଦୁଇଟି ଟ୍ରକ ରେ ୫୦୦କୁଇଣ୍ଟାଲ ରୁ ଉର୍ଦ୍ଧ ଧାନ ବସ୍ତା ଜବତ କଲା କଟକ ଜିଲ୍ଲା ର ସ୍ୱତନ୍ତ୍ର ଯୋଗାଣ ବିଭାଗ ର ୫ଜଣିଆ ସ୍କ୍ୱାଡ଼ l ଏହି ଚଢ଼ାଉ ବେଳେ ମାଲିକ ମାଧବା ନନ୍ଦ ସାହୁ ଫେରାର ହୋଇଥିବା ଜଣାପଡିଛି l

କଳା ବଜାରି କୁ ରୋକିବା ପାଇଁ ଯୋଗାଣ ବିଭାଗ ର ଟିମ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇଥିବା କହିଥିଲେ ଯୋଗାଣ ବିଭାଗ ର ଅଧିକାରୀ ଏପଟେ ବେଆଇନ ଭାବେ ଚାଲାଣ କରୁଥିବା ମାଲିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ l

Leave A Reply

Your email address will not be published.