ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ତଳେ ଚାପି ଚାଳକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ତଳେ ଚାପି ଚାଳକ ମୃତ | ବେଆଇନ ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକର ମୃତ ହୋଇଛି। ମୋରଡା ଥାନା ଅନ୍ତର୍ଗତ ଜୁଆଲିଭଙ୍ଗା ଗ୍ରାମ ପଞ୍ଚାୟତର ମାକୁନ୍ଦ ଗ୍ରାମରେ ଉକ୍ତ ଘଟଣା ଘଟିଛି।

ସୂଚନା ମୁତାବକ, ଉକ୍ତ ଗ୍ରାମ ନିକଟରେ ଥିବା ଏକ ଜଳଉତ୍ସରୁ ବେଆଇନ ଭାବେ ନିୟମିତ ବାଲି ଉଠାଣ ହୋଇ ଚୋରା ଚାଲାଣ ହୋଇଥାଏ। ତେବେ ବୁଧବାର ଏକ ଟ୍ରାକ୍ଟର ଯୋଗେ ବାଲି ଉଠାଣ ହୋଇ ଚାଲାଣ ହେଉଥିବା ବେଳେ ଟ୍ରାକ୍ଟରଟି ଉଠାଣି ଉଠିବା ସମୟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଉକ୍ତ ଗ୍ରାମର ଟ୍ରାକ୍ଟର ଚାଳକ ସୁବାସ ସିଂ ଙ୍କ ମୃତ୍ୟୁ ଘଟିଛି।

ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ମାଲିକ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଜେସିବି ଯୋଗେ ଉଠାଇ ଚମ୍ପଟ ମାରିଥିଲେ। ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ମୃତଦେହଟି ପଡିରହିଥିଲା। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.