ମଲା କୁକୁଡା ଆଣି ଏ.ଡି.ଏମଙ୍କ ଅଫିସ ପିଣ୍ଡାରେ ଗଦା କଲେ ଫାର୍ମ ମାଲିକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଲା କୁକୁଡା ଆଣି ଏ.ଡି.ଏମ ଙ୍କ ଅଫିସ ପିଣ୍ଡା ରେ ଗଦା କଲେ ଫାର୍ମ ମାଲିକ। ୨୩ ଦିନରେ ପ୍ରାଣୀ ଚିକିତ୍ସକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ସେପଟେ ଚିକିତ୍ସା ନପାଇ ମରିବାରେ ଲାଗିଛନ୍ତି ଫାର୍ମର କୁକୁଡା।  ଦିନ ପରେ ଦିନ କ୍ଷତି ସହି ଅତିଷ୍ଠ ହୋଇ ପଡିଲେଣି ଫାର୍ମ ମାଲିକ। ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଦାବୀ କରି ଶହଶହ ମଲା କୁକୁଡା ଆଣି ଗଦା କରି ଦେଇଛନ୍ତି ଜିଲ୍ଲାପାଳ କାର୍ଯ୍ୟାଳୟରେ।

ରାସଗୋବିନ୍ଦପୁର ବ୍ଲକ ପୂର୍ଣ୍ଣଚନ୍ଦ୍ରପୁର ର ଚାଷୀ ମାତ୍ର ୧୦ହଜାର କୁକୁଡା ର ଫାର୍ମ କରିଛନ୍ତି। ହେଲେ ଚିକିତ୍ସା ଓ ଔଷଧ ନପାଇ ଗତ ୪ ଦିନ ହେଲାଣି ଦୈନିକ ୧୫୦ ରୁ ୨୦୦ କୁକୁଡା ମରିବାରେ ଲାଗିଛନ୍ତି। କ୍ଷତି ସହି ନପାରି ଆଜି ପ୍ରାୟ ୨୦୦ ମୃତ କୁକୁଡା ଆଣି ଏ.ଡି.ଏମ ଙ୍କ ଅଫିସ ର ଦ୍ୱାରମୁହଁ ରେ ଗଦା କରିଦେଇଛନ୍ତି। ଚିକିତ୍ସା ସହିତ କ୍ଷତିପୂରଣ ବ୍ୟବସ୍ଥା ନହେବା ଯାଏଁ ସେମିତି ରହିବ ବୋଲି କହିଛନ୍ତି ଫାର୍ମ ମାଲିକ। କେବଳ ଫାର୍ମ ମାଲିକ ନୁହେଁ କୁକୁଡା ଓ ଗାଈ ଫାର୍ମ କରିଥିବା ଜିଲ୍ଲାର ଅନେକ ସ୍ୱୟଂସହାୟକ ଗୋଷ୍ଠି ର ସଦସ୍ୟ ମାନେ ମଧ୍ୟ ସମାନ ଦାବୀରେ ଆସି ପହିଞ୍ଚିଥିଲେ।

ଫାର୍ମର ସବସିଡି ସହିତ ଚିକିତ୍ସା ନପାଇ ସେମାନେ ମଧ୍ୟ ଏଭଳି କ୍ଷତି ସହୁଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତି ରେ ଏ.ଡି.ଏମ ମଧ୍ୟ ଅପ୍ରସ୍ତୁତ ହୋଇ ପଡିଥିଲେ। ତୁରନ୍ତ ବାହାରକୁ ଆସି ସବୁ ଘଟଣା ବୁଝିବା ସହିତ ବିଭାଗୀୟ ଅଧିକାରୀ ଙ୍କୁ ଖବର ଦେଇଥିଲେ। ଧାରଣା ରତ ପ୍ରାଣୀ ଚିକିତ୍ସକ ଙ୍କ ସହିତ ଆଲୋଚନା କରି ଏ ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏ.ଡି.ଏମ।

Leave A Reply

Your email address will not be published.