ଗଁପୁର ପଞ୍ଚାୟତ ରେ ମୋ ଓଡ଼ିଶା ନବିନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଗଁପୁର ପଞ୍ଚାୟତ ରେ ମୋ ଓଡ଼ିଶା ନବିନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ | ଘସିପୁରା ବ୍ଲକ ଅନ୍ତର୍ଗତ ଗଁପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ରିନା ଜେନା ଙ୍କ ସଭାପତିତ୍ବରେ ଅତିଥି ଭାବେ ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ବିଡ଼ିଓ ମାନସ ରଞ୍ଜନ ସାମଲ, ସମିତି ସଭ୍ୟ ଗୋବିନ୍ଦ ମାଝୀଯୋଗଦାନ କରି ସରକାର ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପିଇଓ ରଶ୍ମିରଞ୍ଜନ ମହାରଣା,ଜିଆରଏସ ଦିବ୍ୟଲୋଚନ ପଣ୍ଡା, ପୂର୍ବତନ ସରପଞ୍ଚ ଶରତଚନ୍ଦ୍ର ଜେନା, ବିଜୟ ଦାସ, ପ୍ରଫୁଲ୍ଲ ଜେନା, ପ୍ରଶାନ୍ତ ପଣ୍ଡା, ସୂର୍ଯ୍ୟ ମଣି ଜେନା ଯୋଗଦାନ କରିଥିଲେ |

ପବିତ୍ର ମୋହନ ଜେନା ,ବିଏଲସି ସୌଭାଗିନୀ ଦାସ, ଏଇ ପ୍ରିୟଦର୍ଶିନୀ ସେଠୀ, ଏମ୍ ଆଇ ଦିଲ୍ଲୀପ କୁମାର ସାହୁ, ବିଏସଏସ୍ଓ ଶୁଭକାନ୍ତ ଜେନା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.