ପୁରୁଣାବାନ୍ଧଗୋଡା ପଞ୍ଚାୟତରେ ମୋ ଓଡିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁରୁଣାବାନ୍ଧଗୋଡା ପଞ୍ଚାୟତରେ ମୋ ଓଡିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ | ଘଷିପୁରା ବ୍ଲକ ପୁରୁଣାବାନ୍ଧଗୋଡା ପଞ୍ଚାୟତ ରେ ସରପଞ୍ଚ ସୁଧାରାଣି ଧୀର ଙ୍କ ସଭାପତିତ୍ବରେ ଅତିଥି ଭାବେ ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ଯୋଗଦେଇ ଥିଲେ |

ପଞ୍ଚାୟତରେ ହୋଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଜିତ ଧୀର , ଅଜିତ୍ ଧିର, ସନ୍ତୋଷ ଧିର, ସୌମେନ୍ଦ୍ର ଧିର,ମିଶନ ଶକ୍ତି ଅଧିକାରୀ ସରୋଜ ମହାରଣା, ପିଇଓ ରଶ୍ମିରଞ୍ଜନ ମହାରଣା ମୋ ଓଡିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |

ଜିଆରଏସ୍ ନିହାର ରଞ୍ଜନ ଧିର, ଜେଇ ସୁଧାକର ପଣ୍ଡା, ବିଏଲସି ବବିତା ବେହେରା, ବିଆରଏସ୍ ରଶ୍ମିରଞ୍ଜନ ନାୟକ, ଯେସି ସବିତା ପଣ୍ଡିତ ପରିଚାଳନା ରେ ସହଯୋଗ କରିଥିଲେ ,ପାଲା ଓ ଏଲିଡି ମାଧ୍ୟମରେ ପଞ୍ଚାୟତ ର ବିକାଶ ମୂଳକ କାର୍ଯ୍ୟ ଉପରେ ଲୋକ ମାନଙ୍କୁ ଅବଗତ କରାଇଥିଲେ ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଲୋକ ଯୋଗ ଦେଇ ସଚେତନ ହୋଇଥିଲେ ।

Leave A Reply

Your email address will not be published.