ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ୍ ଅଧିବେଶନ। ଜାନୁଆରୀ ୨୮ରୁ ଫେବ୍ରୁଆରୀ ୧୩ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରେ ଆରମ୍ଭ ହୋଇ ଏପ୍ରିଲ ୨ରେ ସରିବ। ବର୍ଷର ପ୍ରଥମ ଅଧିବେଶନର ପ୍ରଥମ ଦିନ ସାଧାରଣତଃ ରାଷ୍ଟ୍ରପତିଙ୍କ ପାରମ୍ପରିକ ଅଭିଭାଷଣ ସହ ଆରମ୍ଭ ହୋଇଥାଏ। ତେବେ ବିଟିଂ ରିଟ୍ରିଟ ସମାରୋହ ଯୋଗୁ ଜାନୁୟାରୀ ୨୯ ତାରିଖ ଦିନ ସଂସଦର ଉଭୟ ସଦନରେ ବୈଠକ ହେବ ନାହିଁ।
ହେଲେ ପରବର୍ତ୍ତି ବୈଠକ ଜାନୁୟାରୀ ୩୦ ତାରିଖରେ ହେବାକୁ ଥିବା ବେଳେ ଏହି ଦିନ ସଂସଦରେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ ହେବ। ଏହା ପରବିନ ଅର୍ଥାତ ୩୧ ଜାନୁୟାରୀରେ ଉଭୟ ସଦନର ବୈଠକ ହେବ ନାହିଁ। ତେବେ ୧ ଫେବୃଆରୀ ରବିବାର ଦିନ ସଦନରେ ଅର୍ଥମନ୍ତ୍ରୀ ବାର୍ଷିକ ବଜେଟ୍ ଉପସ୍ଥାପନ କରିପାରନ୍ତି।ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ କେନ୍ଦ୍ରୀୟ ବଜେଟ୍ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା ପରେ ସଂସଦର ବୈଠକ ଫେବୃଆରୀ ୧୩ ତାରିଖ ଦିନ ପାଖାପାଖି ୧ ମାସ ଅବକାଶ ପାଇଁ ସ୍ଥଗିତ ହୋଇପାରେ।