ଆଜି ଠୁ ଆରମ୍ଭ ହେଲା ରାହାଗିରି ବା ଭୁବନେଶ୍ୱର ପଥ ଉତ୍ସବ, ନାଚ ଗୀତରେ ଝୁମିଲେ ରାଜଧାନୀବାସୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଆଜି ଠୁ ଆରମ୍ଭ  ହେଇଯାଇଛି ରାହାଗିରି ବା ଭୁବନେଶ୍ୱର ପଥ ଉତ୍ସବ। ଜନପଥରେ ଭିଡ଼ ଜମାଇଛନ୍ତି ରାଜଧାନୀ ବାସିନ୍ଦା । ଶୀତୁଆ ସକାଳରେ ନାଚ ଗୀତର ଆସର ଜମିଛି । ପୁଣି ପେଣ୍ଟିଂ, ଷ୍ଟ୍ରିଟ୍‌ କ୍ରିକେଟ୍‌, ସ୍କେଟିଂ ଭଳି କ୍ରୀଡ଼ା ଆକର୍ଷଣର କେନ୍ଦ୍ର ପାଲଟିଛି । ମାଷ୍ଟରକ୍ୟାଣ୍ଟିନଠାରୁ ରାମମନ୍ଦିର ଛକ ଯାଏ ଚାଲିଛି ପଥୋତ୍ସବ । ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । ଛୋଟ ଛୋଟ ପିଲାଙ୍କ ଖୁସି କହିଲେ ନସରେ । ସକାଳ ସାଢ଼େ ୯ଟା ଯାଏ ଚାଲିବ ପଥୋତ୍ସବ ।

ଆଜି ଭୁବନେଶ୍ୱର ମେୟର ସୁଲଚନା ଦାଶ,ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଏମସି କମିଶନର ବିଜୟଅମୃତ କୁଳାଙ୍ଗେ ଉପସ୍ଥିତରେ ଫ୍ଲାକ ଉଠେଇ ଉଦଘାଟନ ହେଇଥିଲା।  ଆଜିର କାର୍ଯ୍ୟକ୍ରମରେ ବିଶ୍ୱ କପ ହକି ର ଥିମ ଗୀତ ଲଞ୍ଚ ହେଇଥିଲା । ନାଚ ଗୀତ ସହିତ ସଚେତନତା କାର୍ଯ୍ୟକ୍ରମ ହେଇଥିଲା।

 

Leave A Reply

Your email address will not be published.