ଅଂଶୁମାନ ସିଂଙ୍କ କୀର୍ତ୍ତି ଚକ୍ରକୁ ବୋହୂ ନେଇଗଲେ ବାପଘରକୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିଆଚୀନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର। ତାଙ୍କ ପତ୍ନୀ ଓ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କିନ୍ତୁ ଅଂଶୁମାନଙ୍କ ପତ୍ନୀ ପୁଅର ସବୁ ସ୍ମୃତି ସହିତ କିର୍ତ୍ତୀ ସମ୍ମାନ ମଧ୍ୟ ବାପଘରକୁ ନେଇ ଯାଇଥିବା ତାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି। ଇଣ୍ଡିଆ ଟୁଡେ ଟିଭି ସହ କଥାବାର୍ତ୍ତା କରି କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ରବି ପ୍ରତାପ ସିଂ କହିଛନ୍ତି ଯେ ତାଙ୍କ ବୋହୂ ମଧ୍ୟ ତାଙ୍କ ପୁଅର ସରକାରୀ ଦଲିଲରେ ତାଲିକାଭୁକ୍ତ ସ୍ଥାୟୀ ଠିକଣାକୁ ଲକ୍ଷ୍ନରୁ ଗୁରୁଦାସପୁର କରି ଦେଇଛନ୍ତି, ଯେପରି ତାଙ୍କ ପୁଅର ସମସ୍ତ ସୂଚନା ସେଠାରେ ପହଞ୍ଚିବ |

ଅଂଶୁମାନଙ୍କ ପିତା ରାମ ପ୍ରତାପ ସିଂ କହିଛନ୍ତି ଯେ, ପୁଅର ଇଚ୍ଛା ଅନୁସାରେ ଆମେ ଧୁମଧାମରେ ବିବାହ କରିଥିଲୁ। ବାହାଘରରେ କିଛି ବି କମ୍ ରଖିନଥିଲୁ। ଆମେ ବୋହୂକୁ ଝିଅ ଭଳି ସମ୍ମାନ ଦେଉଥିଲୁ। ଏପରିକି ପୁଅ ଚାଲିଯିବା ପରେ ତାର ବିବାହ ପାଇଁ ମଧ୍ୟ ଚିନ୍ତା କରୁଥିଲୁ। କିନ୍ତୁ ସେ ଆମ ପୁଅର ସ୍ମୃତିକୁ ବି ସାଙ୍ଗରେ ନେଇ ବାପାଘର ଚାଲିଯାଇଛି। ତେବେ ଏନେଇ ଶହୀଦ ଅଂଶୁମାନଙ୍କ ପତ୍ନୀ ସ୍ମୃତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ରକାଶ ଥାଉକି, ଜୁଲାଇ ୧୯, ୨୦୨୩ରେ ଶିଆଚୀନ ଆର୍ମି ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ସାଥୀ ଯବାନମାନଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ ଶହୀଦ ଅଂଶୁମାନ। ତାଙ୍କର ଏହି ଅଦମ୍ୟ ସାହସ ଏବଂ ବଳିଦାନ ପାଇଁ ଚଳିତ ବର୍ଷ ଜୁଲାଇ 5ରେ କିର୍ତ୍ତୀ ସମ୍ମାନରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.