୧୦୦ କୋଟି ଡୋଜ୍ ଟିକାକରଣ ଏକ ଅଙ୍କ ନୁହେଁ, ଏକ ଅଧ୍ୟାୟର ଶୁଭାରମ୍ଭ: ମୋଦି

0

ସମଗ୍ର ଭାରତ ବର୍ଷରେ କୋଭିଡ୍ ଟିକାକରଣ ୧୦୦ କୋଟି ସମ୍ପୂର୍ଣ୍ଣ ହୋଇଛି । ୧୦୦ କୋଟି ଡୋଜ୍ ଟିକାକରଣ ଭାରତର ସାମର୍ଥ୍ୟକୁ ପ୍ରମାଣିତ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଶ୍ରେୟ ଜଣଙ୍କର ନୁହେଁ, ସମସ୍ତ ଦେଶବାସୀଙ୍କ କଠୋର ପରିଶ୍ରମ ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି । ‘ସବ କା ସାଥ୍, ସବ୍ କା ବିଶ୍ୱାସ, ସବ୍ କା ପ୍ରୟାସର ଏହା ହେଉଛି ବଡ଼ ଉପଲବ୍ଧି ବୋଲି କହିଛନ୍ତି ମୋଦି ।

ମୋଦି କହିଛନ୍ତି ଯେ, ଭାରତ ଏବେ ସମଗ୍ର ବିଶ୍ୱରେ ଏକ କରୋନା ସୁରକ୍ଷିତ ଭାବେ ନିଜକୁ ପ୍ରମାଣିତ କରିପାରିଛି । ଦେଶର ସମସ୍ତ ଜନସାଧାରଣଙ୍କ ପାଇଁ ଭ୍ୟାକ୍ସିନ ନିର୍ମାଣ କରିବା ଏକ କଷ୍ଟକର ବ୍ୟାପାର ହୋଇଥିଲେ ହେଁ ଡାକ୍ତର, ଔଷଧ କମ୍ପାନୀ, ବିଶେଷଜ୍ଞଙ୍କ ପ୍ରୟାସ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି । ମେଡ୍ ଇନ୍ ଇଣ୍ଡିଆର ଶକ୍ତି ବୃଦ୍ଧି ପାଇବା ସହ ଦେଶ ପ୍ରଗତି ପଥରେ ଆଗେଇ ଚାଲିଛି । ୧୦୦ କୋଟି ଡୋଜ୍ ଟିକାକରଣ ଏକ ଅଙ୍କ ନୁହେଁ, ବରଂ ଏହା ଏକ ଅଧ୍ୟାୟର ଶୁଭାରମ୍ଭ । ପାର୍ବଣ ଋତୁରେ କରୋନାକୁ ନେଇ ସତର୍କ ରହିବାକୁ ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଭ୍ୟାକ୍ସିନ ଯେତେ ଆଧୁନିକ, ଉନ୍ନତମାନ ହେଉ ନା କାହିଁକି, ଯୁଦ୍ଧ ସମୟରେ ହତିଆର ପକାଇବା ଅନୁଚିତ । ସେହିପରି ଭାରତର ଅର୍ଥବ୍ୟବସ୍ଥାକୁ ନେଇ ବିଶେଷଜ୍ଞ ଓ ବିଦେଶୀ ସଂସ୍ଥାମାନେ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି । ଦେଶରେ ନିର୍ମିତ ସାମଗ୍ରୀ କିଣିବା, ଭୋକାଲ ଫର୍ ଲୋକାଲ ହେବାକୁ ସେ ଗୁରୁତ୍ୱ ଦେଇଥିଲେ । ୧୦୦ ବର୍ଷ ପରେ ଆସିଥିବା ଭୟଙ୍କର ମହାମାରୀକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା, ମାତ୍ର ଭାରତ ଆତ୍ମବିଶ୍ୱାସର ସହ ଲଢ଼ି ତା’କୁ ମାତ୍ ଦେବାରେ ସକ୍ଷମ ହୋଇଛି । ଦେଶର ବୈଜ୍ଞାନିକଙ୍କ ଜ୍ଞାନ କୌଶଳ ଆଜି ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟି ଯାଇଛି । ସମଗ୍ର ଟିକାକରଣ ଅଭିଯାନ ସାଇନ୍ସ ବର୍ଣ୍ଣ, ସାଇନ୍ସ ଡ୍ରାଇଭେନ ଓ ସାଇନ୍ସ ବେସଡ୍ ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।

Leave A Reply

Your email address will not be published.