ଓଡ଼ିଆ ନ୍ୟୁଜ୍: ୨୭ରେ ଝାରସୁଗୁଡ଼ାରେ ଯୁବ ସମାବେଶ; ପ୍ରଧାନମନ୍ତ୍ରୀ ଆସିବା ସମ୍ଭାବନା।ଆଜି ରାତି ସୁଦ୍ଧା ଚୂଡ଼ାନ୍ତ ହେବ କହିଲେ ବିଜେପି ସଭାପତି ମନମୋହନ ସାମଲ। ‘ବେଶୀ ସମୟ ନାହିଁ, ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟକ୍ରମ ହେବ।ସର୍ବଭାରତୀୟ ପ୍ରୋଗ୍ରାମ, ଓଡ଼ିଶାରେ ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ। ଯୁବ ସମାଜ ପାଇଁ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିପାରନ୍ତି । ଏଥିପାଇଁ ଆଜି ଆନୁଷ୍ଠାନିକ ସୂଚନା ମିଳିବା ପରେ ଅମଲିପାଲି ପଡିଆ ସହ ଅନ୍ୟ ଦୁଇଟି ପଡିଆକୁ ବୁଲି ଦେଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ଉତ୍ତରାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପି। ଏହା ପରେ ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି।
ଆଜି ସନ୍ଧ୍ୟାରେ ସାମ୍ଭାବ୍ୟ କାର୍ଯ୍ୟକ୍ରମ ସକାଶେ ପ୍ରସ୍ତୁତି କାର୍ଯ୍ୟ ଦେଖିବା ପାଇଁ ଝାରସୁଗୁଡ଼ା ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଝାରସୁଗୁଡାରେ ଯୁବ ସମାବେଶ ଆୟୋଜନ ହେବ ଓ ରାଷ୍ଟ୍ରୀୟ ସ୍ତରରେ ଯୁବକଙ୍କ ମଙ୍ଗଳ ପାଇଁ କିଛି ଯୋଜନା ପ୍ରଧାନମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି।ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳରୁ ଲକ୍ଷାଧିକ ଯୁବକ କାର୍ଯ୍ୟକ୍ରମରେ ସାମିଲ ହେବେ।ଏଥିପାଇଁ ଝାରସୁଗୁଡା ବିଜେପିର କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ।