ଆଭାସୀ ମାଧ୍ୟମରେ ପିଏମ-ସୁରଜ ପୋର୍ଟାଲ ଉନ୍ମୋଚିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଭାସୀ ମାଧ୍ୟମରେ ପିଏମ-ସୁରଜ ପୋର୍ଟାଲ ଉନ୍ମୋଚିତ। ଆଭାସି ମାଧ୍ୟମରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ପି ଏମ ସୁରଜ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱରସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସାଂସଦ, ମୟୂରଭଞ୍ଜ ବିଶ୍ଵେଶ୍ୱର୍ ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ |

ଏଥି ସହିତ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୋଜନା ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପ୍ତୀଭାନୁ ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ମାନ୍ୟବର ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ ପିଏମ-ସୁରଜ ଜାତୀୟ ପୋର୍ଟାଲ ଉନ୍ମୋଚନ କରିବା ସହ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିଛନ୍ତି । ଅନୁସୂଚିତ ଜାତି, ପଛୁଆ ବର୍ଗ ଓ ସଫେଇ କର୍ମଚାରୀଙ୍କ ସମେତ ପଛୁଆ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।ଦଳିତ, ପଛୁଆ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଦେଶ ଆଉ ଏକ ବଡ଼ ସୁଯୋଗ ଦେଖୁଛି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ସେ କହିଥିଲେ ଯେ ଆଜିର ଏହି ଅବସର ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ପ୍ରଦାନ କରୁଛି।

ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସମେତ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଅଭିଯାନର ଏକ ଅଂଶ ବିଶେଷ ଭାବେ ସେବା ସମ୍ପ୍ରସାରଣ କରାଯାଇଛି ବୋଲି ସେ କହିଛନ୍ତି ଏବଂ ଆଜିର ଯୋଜନା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ-ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ପରିବର୍ତନମୂଳକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି । ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ଏବଂବ୍ୟାଙ୍କ,ଏନବିଏଫସି-ଏମଏଫଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଆକ୍ସନ ଫର ମେକାନିକାଲ୍ ସେନ୍ସିମେଣ୍ଟ ଇକୋସିଷ୍ଟମ ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ ଜିଲ୍ଲାରୁ ପଛୁଆ ବର୍ଗର ପ୍ରାୟ ୩ ଲକ୍ଷ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।ଉକ୍ତ ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୨୫ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ୭୫ ସଫେଇ କର୍ମଚାରୀ ଯୋଗ ଦେଇଥିଲେ |

Leave A Reply

Your email address will not be published.