ସାଧାରଣ ନିର୍ବାଚନ ସୁପରିଚାଳନା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୋୖଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଧାରଣ ନିର୍ବାଚନ ସୁପରିଚାଳନା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବୋୖଠକ | ଆଗାମୀ ସାଧାରଣ ନିର୍ବାଚନ ସୁପରିଚାଳନା ନିମନ୍ତେ ଆଜି ଦିବା ୧୧ଘଟିକା ୩୦ ମିନିଟ ସମୟରେ ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ପାଞ୍ଚୋପୀଡ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଙ୍କ ସଭାପତିତ୍ୱ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସର୍ବଦଳୀୟ ବୋୖଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୋୖଠକରେ ଉପଜିଲ୍ଲାପାଳ ନିର୍ବାଚନ ପରିଚାଳନା ସମ୍ୱନ୍ଧୀୟ ସମସ୍ତ ବିବରଣୀ ପ୍ରଦାନ କରିଥିଲେ |ଚଳିତ ବର୍ଷ ୪୦ଗୋଟି ସକ୍ଷୀ ବୁଥ କରିବାକୁ ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଥିଲା |ଏହି ବୁଥ ଗୁଡିକରେ ନିର୍ବାଚନ ପରିଚାଳନା ନିମନ୍ତେ କେବଳ ମହିଳା କର୍ମଚାରୀ ଓ କର୍ମକର୍ତା ମାନେ ଉପସ୍ଥିତ ରହିବେ ବଲି ସୂଚନା ଦିଆ ଯାଇଛି |

ଉକ୍ତ ବୋୖଠକରେ ସହକାରୀ ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ବିଜେଡି ପକ୍ଷ ରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ଗିରିଧାରୀ ପୃଷ୍ଟି, ଏନ ଏ ସି ସଂଯୋଜକ ଜ୍ଞାନରଞ୍ଜ ମିଶ୍ର, ବିଜେପି ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, କଂଗ୍ରେସ ଏନ ଏ ସି ସଭାପତି ଲାଲନ ସିଂ, କଂଗ୍ରେସ ବ୍ଲକ ସଭାପତି ନିର୍ମଳ କୁମାର ସେଠୀ ଙ୍କ ସହିତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |ଏହି ବୋୖଠକରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

Leave A Reply

Your email address will not be published.