ପିକଅପ ଧକ୍କାରେ ବାପପୁଅ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପିକଅପ ଧକ୍କାରେ ବାପପୁଅ ଗୁରୁତର | ଠାକୁରମୁଣ୍ଡା ଥାନା ଅର୍ନ୍ତଗତ ଚାଇଁବାଇଁସି ପୋଲ ନିକଟରେ ବାଇକ୍ ଏବଂ ପିକ୍ଅପ୍ ମୁହାଁ ମୁହିଁ ଧକା ହେବା ଫଳରେ ଦୁଇଜଣ ବାଇକ ଆରହି ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି।

ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ। ଘଟଣା ଅନୁଯାୟୀ ଆଜି ସକାଳୁ ସକାଳୁ ନିଜ ଗାଁ ରାଣୀ ଭୋଳ ରୁ ବାହାରି ବାଇକ ଯାହାର ନମ୍ବର OR-02BL-9470 ଜଗେ କାଦଡିହା ଯାଉଥିବା ବେଳେ ଠାକୁରମୁଣ୍ଡା କରଞ୍ଜିଆ ରାସ୍ତାର ଚାଇଁବାଇଁଶି ପୋଲ ନିକଟରେ ବିପରୀତ ଦିଗରୁ ଏକ ପିକଅପ ଯାହାର ନମ୍ବର JH-09DS-2331 ଦୃତ ଗତିରେ ଆସି ବାଇକ୍ କୁ ଧକା ଦେଇଥିଲା। ଧକ୍କା ଏତେ ଜୋର ହୋଇଥିଲା ଯେ ବାଇକ ରୁ ସାଲାଇ ସୟ ଛିଟିକି ପିକ୍ଅପ ଡାଲାରେ ପଡ଼ିଥିଲା | ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗୁରୁତର ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ |

ଉଭୟଙ୍କ ହାତ ଏବଂ ଗୋଡ ଭାଙ୍ଗି ଥିବାରୁ ଦୁହିଁଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି | ବାଇକ ଆରହି ଦୁଇଜଣ ବାପ ପୁଅ ବଲି ଜଣା ପଡିଛି | ଅନ୍ୟପଟେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୃଘଟଣା ସ୍ଥଳରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ।ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ସଦଳବଳେ ପହଞ୍ଚି ଗାଡି ଦୁଇଟି କୁ ଜବତ କରି ଅଧିକ ତଦନ୍ତ କରିବା ସହିତ ଲୋକଙ୍କୁ ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.