ବାଲି ଚୋରାଚାଲାଣକୁ ବିରୋଧ; ଟାୟାର ଜାଳି ରାସ୍ତା ଅବରଦ୍ଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆଙ୍କ ଦ୍ୱାରା ବାଲି ଚୋରାଚାଲାଣକୁ ବିରୋଧ କରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଟାୟାର ଜାଳି ରାସ୍ତା ଅବରଦ୍ଧ | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ସୁବର୍ଣ୍ଣ ରେଖା ନଦୀର ବାଲି ଏବେ ସୁନା ପାଲଟିଛି |

ବାଲି ଉତ୍ତୋଳନ ଏବେ ମାଇନ୍ସ ବିଭାଗ ହାତକୁ ଚାଲି ଯିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆମାନେ ସନ୍ଧ୍ୟା ହେଲେ ବେଲଚା ଏବଂ ମେସିନ ସାହାଯ୍ୟରେ ହଜାର ହଜାର ସେଫଟି ବାଲି ଟ୍ରାକ୍ଟର ଓ ଡମ୍ପରରେ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ବେଳେ ରାଜ୍ୟ ରାଜସ୍ୱ ହରାଉଛି | ଏପରିକି ବାଲିମାଫିଆମାନେ ବଢାପାଳ.ବଡ଼ଖାନପୁର ଓ ଛୋଟଖାନପୁର ଗ୍ରାମର ଲୋକଙ୍କର ଚାଷ ଜମିରୁ ମଧ୍ୟ ବାଲି ଉତ୍ତୋଳନ କରି ନାଉଛନ୍ତି |ପ୍ରତେକ ଦିନ ଗାଁ ରାସ୍ତାରେ ବାଲିଚାଲାଣ ଯୋଗୁଁ ରାସ୍ତା ନଷ୍ଟ ହେବା ସହିତ ନଦୀ ଆଡିବନ୍ଧତାଡି ଦେବା ଯୋଗୁଁ ବର୍ଷା ଦିନରେ ବନ୍ୟା ଆଶଙ୍କାକୁ ଏଡେଇ ଦିଆନଯାଇ ପାରେ |

ବାଲି ଉତ୍ତୋଳନକୁ ବିରୋଧ କରି ଗ୍ରାମବାସୀମାନେ ବାରମ୍ବାର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଶତାଧିକ ମହିଳା ଓ ପୁରୁଷ ବାଲିଆପାଳ ଓ କମର୍ଦା ମୁଖ୍ୟରାସ୍ତାର ଛୋଟଖାନପୁର ଠାରେ ଟାୟାର ଜାଳି ରାସ୍ତା ରୋକ କରି ବିକ୍ଷୋବ କରୁଥିବା ଦେଖିବାକୁ ମିଳିଛି | ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି | ସମସ୍ୟା ସମାଧାନ ନ ହେଲେ ମହିଳା ମାନେ ରାସ୍ତାରୁ ହଟିବେ ନାହିଁ କହିଛନ୍ତି ଧାରଣକାରୀ |

Leave A Reply

Your email address will not be published.