ମାନ୍ୟବର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କଲେ ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଇଣ୍ଡିଆଜ୍ ଟେକ୍ଡେ: ଚିପ୍ସ ଫର୍ ବିକସିତ୍ ଭାରତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ | ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି |ଯାହା ‘ଇଣ୍ଡିଆଜ୍ ଟେକ୍ଡେ: ଚିପ୍ସ ଫର ବିକ୍ସିତ୍ ଭାରତ’ ଅଭିଯାନ ଅଧୀନରେ ଭାରତର ବୈଷୟିକ ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନଙ୍କୁ ସାମିଲ କରାଯାଇଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ତିନୋଟି ସ୍ଥାନରେ ସିଧା ପ୍ରସାରଣ ର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା ଓ ପ୍ରୋକ୍ଟର ପ୍ରଫେସର ଭରତ କୁମାର ପଣ୍ଡାଙ୍କ ସମେତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଶିଳାନ୍ୟାସ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଇଣ୍ଡିଆଜ୍ ଟେକ୍ଡେ: ଚିପ୍ସ ଫର୍ ଭିକ୍ସିଟ୍ ଭାରତ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏନ୍ଆଇଟି ରାଉରକେଲାର ପ୍ରଫେସର ଜ୍ୟୋତି ପ୍ରକାଶ କର ସେମିକଣ୍ଡକ୍ଟରର ବିଶ୍ୱସ୍ତରୀୟ ମହତ୍ତ୍ୱ ଓ ଚାହିଦା ଉପରେ ଆଲୋକପାତ କରିଥିଲେ। ପ୍ରଫେସର ତ୍ରିପାଠୀ ବିଭିନ୍ନ କ୍ଷେତ୍ରରେ ଭାରତର ବିକାଶମୂଳକ ଦୃଷ୍ଟିକୋଣ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆତ୍ମନିର୍ଭର ଶୀଳ ଏବଂ ବିକଶିତ ଭାରତ ଦିଗରେ ସେମାନଙ୍କର ଦକ୍ଷତାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ଏବଂ ବିଶ୍ୱ ପ୍ରଗତିରେ ଭାରତୀୟ ଜ୍ଞାନ ପ୍ରଣାଳୀର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ପଣ୍ଡା ମଧ୍ୟ ଏହି ଆଲୋଚନାଚକ୍ରରେ ବିକଶିତ ଭାରତ ବିଷୟରେ ଆଲୋକପାତ କରିଥିଲେ।

ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. କାକୋଲି ବାନାର୍ଜୀ ଓ ଛାତ୍ର କଲ୍ୟାଣ ଡିନ ଡ. ରାମେନ୍ଦ୍ର କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଲାଇଭ୍ ଷ୍ଟ୍ରିମ୍ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମିକଣ୍ଡକ୍ଟରର ଉପଯୋଗିତା ଓ ଗୁରୁତ୍ୱ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗୁଜୁରାଟର ଧୋଲେରା ସ୍ୱତନ୍ତ୍ର ନିବେଶ ଅଞ୍ଚଳରେ ସେମିକଣ୍ଡକ୍ଟର ନିର୍ମାଣ ସୁବିଧା ଏବଂ ଆସାମର ମୋରିଗାଓଁ ଏବଂ ଗୁଜରାଟର ସାନନ୍ଦରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ଅନ୍ତର୍ଭୁକ୍ତ ।

ଏହି ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ ଭାବରେ ପ୍ରତିଷ୍ଠା କରିବା ର ଲକ୍ଷ୍ୟ ସହିତ ସମନ୍ୱିତ, ଯାହା ଦେଶର ଯୁବକମାନଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଭାରତ ସରକାର ଏକ ବ୍ୟାପକ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକଶିତ କରିବା ପାଇଁ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଅଗ୍ରଣୀ ସ୍ଥାନରେ ରଖିବା ଏବଂ ଯୁବ ନିଯୁକ୍ତି ସମ୍ଭାବନାକୁ ସୁଦୃଢ଼ କରିବା । ଏହି କାର୍ଯକ୍ରମ ‘ଇଣ୍ଡିଆଜ୍ ଟେକ୍ଡେ’ ପ୍ରତୀକ ଭାବେ ରାଷ୍ଟ୍ରର ସ୍ଥାୟୀ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ଉନ୍ନତ ଜୀବନଶୈଳୀ ଏବଂ ବିଶ୍ୱ ବୈଷୟିକ ନେତୃତ୍ୱ ପାଇଁ ଡିଜିଟାଲାଇଜେସନ୍ ଗ୍ରହଣ କରିବା ପାଇଁ ସଫଳ ହେବ ।

Leave A Reply

Your email address will not be published.