ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପୋଷ୍ଟ ଅଫିସରୁ ପୋଷ୍ଟମାଷ୍ଟର ଜମାକାରୀଙ୍କ ଲକ୍ଷାଧ୍ଵଜ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ ଅଧୀନରେ ସଂସାର ଫଳ ପୋଷ୍ଟ୍ ଅଫିସ ରହିଛି | ଏହି ପୋଷ୍ଟ ଅଫିସ୍ରେ ପୋଷ୍ଟମାଷ୍ଟର ଭାବେ ଜିନତ ରାଉତ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ | ସ୍ଥାନୀୟ ବାସିନ୍ଦା ବିଶ୍ଵାସରେ ଅର୍ଥ ଜମା କରୁଥିଲେ |
ପୋଷ୍ଟମାଷ୍ଟର ଜନିତ ରାଉତ କେତେଜଣ ଜମାକାରୀଙ୍କ ଠାରୁ ଅର୍ଥ ନେଇ ପାସ୍ ବୁକ୍ ଫେରାଉନଥିବା ବେଳେ ଆଉ କେତେ ଜଣଙ୍କ ଟଙ୍କା ରିସିଭ୍ କରି ପାସବୁକରେ ଷ୍ଟାମ୍ପ ମାରି ଜମାକାରୀଙ୍କୁ ଫେରାଇଥିଲେ | ଏପରି ପ୍ରାୟ ୨୦୦ରୁ ଅଧିକ ଜମାକାରୀଙ୍କ ଅର୍ଥ ସୁକନ୍ୟା, ଆରଡି, ଫିକ୍ସଡ୍ ଡିପୋଜିଟ୍ ଇତ୍ୟାଦି ଯୋଜନାରେ ଜମା କରି ଆସୁଥିଲେ ଜମାକାରୀ | ହେଲେ ଏବେ ପୋଷ୍ଟମଷ୍ଟର ରାଉତ ଫେରାର ହୋଇଯାଇଥିବା ବେଳେ ଜମାକାରୀ ହତାଶ | ତେଣୁ ପୋଷ୍ଟ ଅଫିସ୍ ଦୀର୍ଘଦିନ ଧରି ବନ୍ଦ ରହିବାରୁ ଲୋକଙ୍କ ମନରେ ସନ୍ଦେହ ଉପୁଜି ଥିଲା | ଏନେଇ ଜମାକାରୀମାନେ ପଟ୍ଟାମୁଣ୍ଡାଇ, ସବ୍-ପୋଷ୍ଟ ଅଫିସ୍ରେ ବାରମ୍ବାର ଅଭିଯୋଗ କରିଥିଲେ |
ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ୍ର ତନଖ୍ ପାଇଁ ସଂସାରଫଳ ପୋଷ୍ଟ ଅଫିସ୍ରେ ପହଞ୍ଚିବା ଖବର ପ୍ରଚାରିତ ହେବା ପରେ ଜମାକାରୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା | ସେମାନେ ସେଠାରେ ଏକଜୁଟ ହୋଇ ପୋଷ୍ଟ ଇନ୍ସପେକ୍ଟର ଅନୁଶ କୁମାର ଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ଅର୍ଥ ଫେରାଇବାକୁ ଦାବି କରିଥିଲେ | ମାସେ ଭିତରେ ଜମାକାରୀଙ୍କ ଟଙ୍କା ଫେରାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ତାଙ୍କୁ ଛାଡ଼ିଥିଲେ |