କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ତନାଘନା: ଆଉ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ପୂର୍ବତନ OIS ଏଥିରେ ସାମିଲ ଅଛନ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ତନାଘନା । ୨ ଅଭିଯୁକ୍ତଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।   ହତ୍ୟାକାଣ୍ଡ ଘଟଣାରେ ରାଜ୍ କମ୍ୟୁନିକେସନ ମାଲିକ ସମେତ ୨ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ପୂର୍ବତନ OIS ଅଧିକାରୀ ନିରଞ୍ଜନ ସେଠୀ । ଆଉ ଜଣେ ଅଭିଯୁକ୍ତ ହେଲା ରଞ୍ଜନ ନାୟକ । ହତ୍ୟା ଘଟଣାରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ରହିଛି । ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଏବେ ବି ଫେରାର ଅଛନ୍ତି । ପ୍ରଶ୍ନ ଉଠୁଛି, ମାନସଙ୍କ ଅପହରଣ, ହତ୍ୟା ଓ ଷଡ଼ଯନ୍ତ୍ରରେ ନିରଞ୍ଜନ ସେଠୀଙ୍କର କେମିତି ରହିଛି ଭୂମିକା ? ଶର୍ମାଷ୍ଠାଙ୍କ ସହ ତାଙ୍କର କିଭଳି ଲିଙ୍କ୍‌ ଥିଲା ? ହତ୍ୟାକାଣ୍ଡରେ ନିରଞ୍ଜନଙ୍କର ସଂପୃକ୍ତି କିଭଳି ? କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଏଯାଏ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।

ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ହୋଇଥିଲା ବ୍ଲୁପ୍ରିଣ୍ଟ । ଫେବ୍ରୁଆରୀ ୭ରେ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ହତ୍ୟାକାରୀ ପ୍ରସ୍ତୁତ କରି ସାରିଥିଲେ ଫୁଲପ୍ରୁଫ୍ ପ୍ଲାନ୍ । ସୁଟିଂ ସାରି ଫେରିବା ବାଟରେ ମାନସଙ୍କୁ କିଡନାପ୍ କରିଥିଲେ ଅଭିଯୁକ୍ତ । ପୋଲିସକୁ ଚକ୍‌ମା ଦେବା ପାଇଁ ଭୁବନେଶ୍ବରରେ ମର୍ଡର ପରେ ନୟାଗଡ଼ ରାଜସୁନାଖଳା ବଧିପାଟଣା ପାହାଡ଼ ତଳେ ମାନସଙ୍କ ମୃତଦେହ ପୋତିଥିଲେ । ସେପଟେ ବହୁ ଖୋଜାଖୋଜି ପରେ ମାନସଙ୍କୁ ନପାଇ ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ବର ଏବଂ ପରେ ଚାନ୍ଦବାଲି ଥାନାରେ ଗତ ମାସ ୧୪ତାରିଖରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.