ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ, ଦିନକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ପୋଲିସ ଡିଜି ସୁନୀଲ ବଂଶଲ।

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ସୁନିଲ ବଂଶଲ। ତାଙ୍କ ସହ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ADG ରାଧା କୃଷ୍ଣ ଶର୍ମା,ପୋଲିସ୍ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳା ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ ୩ ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବ। ଏଥିପାଇଁ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ଡିସିପିଙ୍କ ନେତୃତ୍ୱରେ ୧୦ ଆଡ଼ିସିନାଲ ଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୧୦୦ ସବଇନ୍ସପେକ୍ଟର, ୨୦୦ କନଷ୍ଟେବଳ ନିୟୋଜିତ ହେବେ । ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ ବୋଲି ସୂଚନା ଦେଇଛନ୍ତି ଡିଜିପି ।

ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି। ସେହିପରି ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌-ପିଏମ୍‌ଜି ରାସ୍ତାକୁ ସିଲ୍‌ କରାଯାଇଛି। ରେଳ ଷ୍ଟେସନ୍‌ ନିକଟରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ରେ ରହୁଥିବା ଅତିଥିଙ୍କ ଯାଞ୍ଚ ଆରମ୍ଭ ହୋଇଛି। ଆତ୍ମହୁତି ଉଦ୍ୟମ ଘଟଣା ଉପରେ ରହିବ ନଜର. ଗୁଇନ୍ଦା ତଥ୍ୟ ଆଧାରରେ ସଜାଗ ରହିବ ପୋଲିସ। ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ୫ ଟି ସ୍ଥାନରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ କରାଯାଇଛି। ଯାହାକୁ ମିନିଟ ଟୁ ମିନିଟ ମନିଟର କରିବେ ଭୁବନେଶ୍ୱର ଡିସିପି ।

Leave A Reply

Your email address will not be published.