ଓଡ଼ିଆ ନ୍ୟୁଜ୍: ପୁରୀ ବଳଙ୍ଗାରେ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ। ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସାଥିରେ ଅଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ଅପରାହ୍ଣରେ ପୁରୀ ଜିଲ୍ଲା ବଳଙ୍ଗାରେ ପହଞ୍ଚିଛନ୍ତି। ଡିଜି ୱାଇ. ବି. ଖୁରାନିଆ ବଳଙ୍ଗା ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଭେଟିବା ସହିତ କଥାବାର୍ତ୍ତା କରିଛନ୍ତି।
ଏଥି ସହିତ ସେ ସ୍ଥାନୀୟ ଲୋକ ଓ ପୀଡିତାଙ୍କର ସଂପର୍କୀୟଙ୍କ ସହିତ କଥା ହୋଇଛନ୍ତି। ଏହି ଅବସରରେ ପୁରୀ ଏସ୍ପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ବଳଙ୍ଗା ମାମଲାରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆହୁରି କିଛି ତଥ୍ୟ ଆସିବାର ବାକି ଅଛି। ଆଜି ୨ଟି ଟିମ୍ ଘଟଣାର ତଦନ୍ତ କରିଛନ୍ତି।