ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା: ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍‌ ରିକ୍ରିଏସନ କଲା ପୋଲିସ

0

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ପୋଲିସର କ୍ରାଇମସିନ୍‌ ରିକ୍ରିଏସନ । ଆଜି ଆଉ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍‌ ରିକ୍ରିଏସନ୍‌ କରିଛି ପୋଲିସ। କଡ଼ା ସୁରକ୍ଷା ମଧ୍ୟରେ ଦୁଇ ଅଭିଯୁକ୍ତ ହରି ପଣ୍ଡା ଓ ବାବା ମହାପାତ୍ରଙ୍କୁ ନେଇ କ୍ରାଇମସିନ୍‌ ରିକ୍ରିଏସନ୍‌ କରାଯାଇଛି। ଗତକାଲି ଆଉ ଆଉ ୨ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ଓ କୁନୁମୁନି ସୁଆରଙ୍କୁ ପୋଲିସ ବାରବାଟୀ ଜାଗା ଘରକୁ ନେଇ କ୍ରାଇମସିନ ରିକ୍ରିଏସନ କରିଥିଲା ।

୧୬ ତାରିଖରେ କୃଷ୍ଣଚନ୍ଦ୍ର ଜାଗା ଘରର କେଉଁଠାରେ ବସିଥିଲେ, କୁନୁମୁନି ଓ ଟୁଟୁ କେଉଁବାଟ ଦେଇ ଆସିଲେ, ଟୁଟୁ କୃଷ୍ଣଚନ୍ଦ୍ରଙ୍କୁ କିଭଳି ଗୁଳି ମାରିଲା ତାର ସିନ ରିକ୍ରିଏଟ କରିଥିଲେ ଦୁଇ ଅଭିଯୁକ୍ତ। ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୁରୀ ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କ ଠାରୁ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ହାସଲ କରି ଚାର୍ଜସିଟ ଦାଖଲ କରିବ ।

Leave A Reply

Your email address will not be published.