ପୋଲିସ SI ସ୍କାମ୍; ୨ଦିନିଆ ରିମାଣ୍ଡରେ ଗଲା ନୀତିଶ

0

ଓଡ଼ିଆ ନ୍ୟୁଜ୍: ପୋଲିସ SI ସ୍କାମ୍; ୨ ଦିନିଆ ରିମାଣ୍ଡରେ ଗଲା ନୀତିଶ କୁମାର।ନୀତିଶ କୁମାରଙ୍କୁ ବିହାରରୁ ଗିରଫ କରିଥିଲା ସିବିଆଇ।କାଲିଠାରୁ ରିମାଣ୍ଡରେ ଯିବେ ଅନ୍ୟ ୪ ଅଭିଯୁକ୍ତ।ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମ।ବଛାବଛା ଅଧିକାରୀ ତାକୁ ଜେରା କରୁଛନ୍ତି। ସେ ପ୍ରାୟ ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଇଥିଲା ବୋଲି ଜଣାଯିବା ପରେ ସିବିଆଇ ନୀତୀଶ କୁମାରକୁ ଧରିଥିଲା। ନୀତୀଶଘଟଣାର ମାଷ୍ଟର ମାଇଣ୍ଡ ବିରଞ୍ଚି ନାୟକର ଅନ୍ୟତମ ସହଯୋଗୀ।

ଇତିମଧ୍ୟରେ ସିବିଆଇ ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କରିଛନ୍ତି। ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍‌ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ। ପରେ ଅନ୍ୟମାନେ ସିବିଆଇରେ ହାଜର ହୋଇଥିଲେ ।

Leave A Reply

Your email address will not be published.