ନୀଳଗିରି ଆଇଆଇସିଙ୍କ ବର୍ବରତା,ସାମ୍ବାଦିକ ଗୋଡରେ ବେଡ଼ି ପକାଇ କଲେ ଚିକିତ୍ସା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଅସୁରକ୍ଷିତ ସାମ୍ବାଦିକ। ସିଧା କଲମ ଉପରେ ଥିବା ରାଗକୁ ସାମ୍ବାଦିକ ଉପରେ ସୁଝାଉଛି ପୋଲିସ। ନିଳଗିର ପୋଲି ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ଏକ ଟିଭି ଚ୍ୟାନେଲର  ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ନୀଳଗିରି ପୋଲିସ ଆକ୍ରୋଶ ମୂଳକ ଭାବେ ମିଥ୍ୟା ମାମଲା ଦେଇ ଗିରଫ କରିଛି। କେବଳ ଏତିକି ନୁହେଁ ଲୋକନାଥ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ  ଡାକ୍ତରଖାନାରେ ଚିକିତ୍ସା କଲା ବେଳେ ମଧ୍ୟ ଗୋଡରେ ବେଡି ପକାଇ ବେଡଉପରେ ସୁଆଇଛି। ଯାହାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଲୋକନାଙ୍କ ସମ୍ପର୍କରେ  ଖବର ପାଇ  ଗତକାଲି ସନ୍ଧ୍ୟାରେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନୀଳଗିରିରେ ପହଞ୍ଚି ଘଟଣା ସମ୍ପର୍କରେ ସେଠାକାର ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଏ ସମ୍ପର୍କରେ ରାଜ୍ୟ ସଭାପତିଙ୍କୁ ମଧ୍ଯ ଅବଗତ କରିଥିଲେ । ଆଜି ଆଇଜିଙ୍କୁ ଭେଟି ଏକ ସ୍ମାରକପତ୍ର ଦିଆଯାଇଥିବାର ଖବର ମିଳିଛ ।

ଏହି ଘଟଣାରେ ଅନେକ ସାମ୍ବାଦିକ ନୀଳଗିରି ଆଇଆଇସିଙ୍କୁ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ସୀମା ଟପିଯାଇଛନ୍ତି ଆଇ.ଆଇ.ସି ଦ୍ରୋପଦୀ ଦାସ।  ନିଜର କଳାକାରନାମା ଘୋଡାଇବାକୁ ଯାଇ ସାମ୍ବାଦିକଙ୍କୁ ବେଡି ପକାଇ ମାଡ଼ କରିବାକୁ କିଏ ଦେଲା ଅଧିକାର ? ବାଲେଶ୍ଵର ଏରିଆକୁ କେଉଁଠାରୁ ବ୍ରାଉନ ସୁଗାର ଆସୁଛି, ଏହାର ଅନୁସନ୍ଧାନ କରି ଆଇଆଇସି ଦ୍ରୋପଦୀ ଦାସଙ୍କର ଆକ୍ରୋଶ ଶିକାର ହେଲେ ସାମ୍ବାଦିକ ଲୋକନାଥ ଦଳେଇ । ଏହି ଘଟଣାରେ  ନୀଳିଗିରି ବିଧାୟକ ଦୃଢ ନିନ୍ଦା କରିବା ସହ ଏସପିଙ୍କୁ ସାକ୍ଷାତ କରି ତୁରନ୍ତ ଆଇଆଇସିଙ୍କ ବିରୋଧୀରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.