ଓଡ଼ିଆ ନ୍ୟୁଜ୍: ସୁଭଦ୍ରାକୁ ନେଇ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା। ଆସନ୍ତା ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ମିଳିବ। ଏ ବାବଦରେ ୧ ଲକ୍ଷ ୮୮ ହଜାର ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ। ଯୋଗ୍ୟ ହେଲେ ଅଗଷ୍ଟ ୯ରେ ସୁଭଦ୍ରା କିସ୍ତି ମିଳିବ। ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ।
ଜିରୋ ଇନ୍କମ୍ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଊଦ୍ଧର୍ବ ରୋଜଗାର ଥିଲେ ସୁଭଦ୍ରା ମିଳିବନି ବୋଲି ପ୍ରଭାତୀ କହିଛନ୍ତି।ଏଥି ସହିତ କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ। ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନ୍ରୋଲ୍ମେଣ୍ଟ୍ ଚେକ କରିବେ। ଅଗଷ୍ଟ ୯ରେ ସୁଭଦ୍ରା କିସ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜୟପୁର ଗସ୍ତ କରି ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି।