କାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦୋବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ନିଜେ ପାଠ ପଢ଼ିଥିବା ମହାବିଦ୍ୟାଳୟ ଆଜି ବିଶ୍ୱବିଦ୍ୟାଳୟ । ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ରମାଦେବୀ ବିଶ୍ୱବିଦ୍ୟାଳୟ । ୪ ବର୍ଷ ରହି ରମାଦେବୀରେ ପାଠ ପଢ଼ିଥିଲେ ଦ୍ରୌପଦୀ ମୁର୍ମୁ । ଯେଉଁ କଲେଜରେ ପାଠ ପଢ଼ୁଥିଲେ, ସେହିଠି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ । ଏହି ସମୟରେ ହଷ୍ଟେଲରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୧୯୭୦-୭୪ରୁ କ୍ୟାପିଟାଲ ଗାର୍ଲସ ହାଇସ୍କୁଲରେ ପାଠ ପଢ଼ିଥିଲେ । ଆଜି ବି ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀ ଓ ସହପାଠୀଙ୍କୁ ଭୁଲିନାହାନ୍ତି ଦ୍ରୌପଦୀ ମୁର୍ମୁ । ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସହପାଠିନୀଙ୍କୁ ରାଷ୍ଟ୍ରପତି ଅତିଥି ଭାବେ ଡାକିଥିଲେ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ନିଜ ସହପାଠିନୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ରମାଦେବୀ ପ୍ରେକ୍ଷାଳୟରେ ଆସନ୍ତାକାଲି ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ହେବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏଥିରେ ଏକ ହଜାର ସିଟ ବ୍ୟବସ୍ଥା ରହିଛି । ଅତ୍ୟାଧୁନିକ ଶବ୍ଦ ଓ ଆଲୋକ ବ୍ୟବସ୍ଥା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଲାଗି ସମ୍ପୂର୍ଣ୍ଣ କ୍ୟାମ୍ପସକୁ ପୋଲିସ ଅକ୍ତିଆରକୁ ନେଇଛି । ପ୍ରେକ୍ଷାଳୟରେ ୨୪ ଘଣ୍ଟିଆ ପୋଲିସ ମୁତୟନ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୂରା ସଜେଇ ହୋଇଛି କ୍ୟାମ୍ପସ । ଘାଷ ଗାଲିଚାଠୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ନୂଆ ରୂପ ପାଇଛି ରମାଦେବୀ ବିଶ୍ୱବିଦ୍ୟାଳୟ । ୪ ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯିବ ।

ଏହି କଲେଜରୁ ପାଠ ପଢ଼ି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି । ଏହି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ଯେତେବେଳେ ମୁଖ୍ୟ ଅତିଥି ହୋଇ ଆସୁଛନ୍ତି, ତାଙ୍କୁ ସ୍ୱାଗତ ପାଇଁ ଅଧ୍ୟାପକ ଓ ଛାତ୍ରୀଙ୍କ ମଧ୍ୟରେ ବଡ଼ ଉତ୍ସାହ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ବେଳେ ନିଜେ ପଢ଼ିଥିବା ସ୍କୁଲ ଓ ରହୁଥିବା ହଷ୍ଟେଲ ବୁଲିଥିଲେ ଦ୍ରୌପଦୀ ମୁର୍ମୁ । ଅର୍ଦ୍ଧଶତାବ୍ଦୀ ପରେ ଅନୁଭୂତି ସାଉଁଟିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସ୍କୁଲ ପାଠପଢ଼ା ବେଳର ସ୍ମୃତି ତାଜା ହୋଇଉଠିଥିଲା । ବେଶ ଭାବବିହ୍ଵଳ ହୋଇପଡ଼ିଥିଲେ ମହାମହିମ । ..

Leave A Reply

Your email address will not be published.